ସୀମାରେ ସ୍ଥିତି ବିଗିଡିବା ପରେ ଆଭିମୁଖ୍ୟ ବଦଳାଇଲା ପାକ୍: ଶାନ୍ତିର କଥା କହିଲେ ଇମ୍ରାନ ଖାନ

402

କନକ ବ୍ୟୁରୋ: ଭାରତର ଏୟାରଷ୍ଟ୍ରାଇକ ପରେ ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ଇମ୍ରାନ ଖାନ ଏ ନେଇ ଆଜି ପୁଣି ଥରେ ସଫେଇ ଦେଇଛନ୍ତି । ଇମ୍ରାନ କହିଛନ୍ତି କି, ଗତକାଲିଠାରୁ ଯେଭଳି ସ୍ଥିତି ସୃଷ୍ଟି ହୋଇଛି, ତାହା ବାସ୍ତବରେ ସଠିକ୍ ନୁହେଁ । ଆମେ ପୁଲୱାମା ଘଟଣାରେ ଯାଂଚ କରିବାକୁ ପ୍ରତିଶୃତି ଦେଉଥିଲୁ । ଏପିରିକି ପାକିସ୍ତାନ ବି ଗତ ୧୦ ବର୍ଷ ହେଲା ଆତଙ୍କବାଦ ବିରୋଧରେ ଲଢି ଆସୁଛି । ଆମେ ଭାରତକୁ କହିଥିଲୁ କି, ପୁଲଓାମା ଆକ୍ରମଣ ନେଇ ଯଦି କୌଣସି ଯାଂଚ ଚାହୁଁଛନ୍ତି ତେବେ ଆମେ ଏଥିପାଇଁ ଭାରତକୁ ପୂରା ସହଯୋଗ କରିବୁ ।

ଇମ୍ରାନ ଆହୁରୀ ମଧ୍ୟ କହିଛନ୍ତି କି, ପାକିସ୍ତାନ ହକରେ ନାହିଁ କି ସେମାନଙ୍କର ଜମିର ବ୍ୟବହାର ଆତଙ୍କବାଦୀଙ୍କ ପାଇଁ ଥିବ । ମୁଁ କହିଥିଲି କି, ଆପଣଙ୍କୁ ଜବାବ ଦେବା ଆମର ମଜୁବୁରୀ ହେବ । ଭାରତ ଗତକାଲି ସକାଳେ କାର୍ଯ୍ୟାନୁଷ୍ଠାନ ନେଇଛି, ଆମକୁ ଜଣା ହିଁ ପଡିନି କି ପାକିସ୍ତାନରେ କେତେ କ୍ଷୟକ୍ଷତି ଘଟିଛି । ଆଜି ଆମେ ଆକ୍ସନ ନେଇନାହିଁ ବରଂ ଆମେ କେବଳ ଆମର ଶକ୍ତି ଦେଖାଇବାକୁ ଚାହୁଁଥିଲୁ । ଯଦି ଭାରତ ପାକିସ୍ତାନରେ ପ୍ରବେଶ କରିପାରୁଛି ତେବେ ପାକିସ୍ତାନ ବି ଭାରତରେ ପ୍ରବେଶ କରିପାରେ ।

ଇମ୍ରାନ ନିଜ ପ୍ରତିକ୍ରିୟାରେ କହିଛନ୍ତି କି, ଭାରତର ଦୁଇଟି ବିମାନକୁ ଟାର୍ଗେଟ୍ କରାଯାଇଥିଲା । ଜଣେ ଭାରତୀୟ ପାଇଲଟ ଆମ କଷ୍ଟଡିରେ ଅଛନ୍ତି । ମୁଁ ଭାରତକୁ କହିବାକୁ ଚାହିଁବି କି ଯେତେବି ଯୁଦ୍ଧ ହୋଇଛି ସେଥିରେ ଭୁଲ ରହିଛି । ପାକ୍ ପ୍ରଧାନମନ୍ତ୍ରୀ ଏହି ସମୟରେ ଯୁଦ୍ଧ ଅନେକ ସାରା ଉଦାହରଣ ଦେଇଥିଲେ । ତେବେ ଇମ୍ରାନ କହିଛନ୍ତି କି, ଦୁଇ ଦେଶ ନିକଟରେ ଯେଉଁସବୁ ହତିଆର ରହିଛି , ଯୁଦ୍ଧର ସ୍ଥି କିଭଳି ରହିବ ତାହା କେହି ବି କହିପାରିବେ ନାହିଁ । ନା ଏହା ମୋ ହାତର ରହିବ, ନା ହିଁ ମୋଦିଙ୍କ ହାତରେ ରହିବ । ଇମ୍ରାନ ପୁଣି ଥରେ କହିଛନ୍ତି କି , ପୁଲୱାମା ଆକ୍ରମଣର ଯାଂଚ ପାଇଁ ପାକିସ୍ତାନ ସବୁବେଳେ ପ୍ରସ୍ତୁତ ରହିଛି ।