ଏକାକୀ ନିଷ୍ପତ୍ତି ନେଇପାରୁନାହାନ୍ତି କି ପାକ୍ ପ୍ରଧାନମନ୍ତ୍ରୀ ? ଇମ୍ରାନ୍ ଖାନଙ୍କ ୬ ମିନିଟ ଭିଡ଼ିଓରେ ୨୦ କଟ୍ ଲଗାଇଲା ପାକ୍ ସେନା

490

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀର ପୁଲୱାମରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ଚାରିପଟୁ ଘେରିଯାଇଛି । ଆତଙ୍କବାଦକୁ ନିନ୍ଦା କରି ଭାରତକୁ ଅନେକ ଦେଶ ସମର୍ଥନ ଜଣାଇଛନ୍ତି । ଭାରତ ବ୍ୟତୀତ ଅନ୍ୟ ସବୁ ଦେଶ ପାକ୍ ବିରୋଧରେ ଏକାଠି ହେବାପେର ଶେଷରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ବୟାନ ଦେଇ ସଫେଇ ଦେବାକୁ ପଡ଼ିଲା । ପୁଲୱାମା ଆକ୍ରମଣ ପଛରେ ପାକିସ୍ତାର କୌଣସି ହାତ ନାହିଁ ବୋଲି ସଫେଇ ଦେଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ । କିନ୍ତୁ ଯଦି ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କ ବୟାନ ଭିଡ଼ିଓକୁ ଧ୍ୟାନ ସହକାରେ ଆପଣ ଦେଖିବେ, ତେବେ କିଛି ଗଡ଼଼ବଡ଼ ଥିବାର ସ୍ପଷ୍ଟ ଜାଣିପାରିବେ । ପାଖାପାଖି ୬ ମିନିଟ ଭିଡ଼ିରେ ୨୦ରୁ ଅଧିକ କଟ୍ ଲାଗିଛି । ଏହାର ଅର୍ଥ ହେଲା ଭିଡ଼ିଓକୁ ଅନେକ ଥର ଏଡିଟ୍ କରାଯାଇଛି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୧.୩୦ାରେ ନିଜ ଦେଶକୁ ସମ୍ମୋଧିତ କରିଥିଲେ । ସେ ବୟାନ ଦେଇଛନ୍ତି ଭାରତ ବିନା କୌଣସି ପ୍ରମାଣ ଅକାରଣରେ ପାକକୁ ଦାୟୀ କରୁଛି । ଭିଡ଼ିଓରେ ସ୍ପଷ୍ଟ ନଜର ଆସୁଛି ଏହା ଏକ ରେକର୍ଡ଼ିଂ ଲାଇଭ୍ ଭିଡ଼ିଓ । ଏହି ଭିଡ଼ିଓରେ ଏତେ କଟ୍ ଦେଖି ସ୍ପଷ୍ଟ ହେଉଛି ଇମ୍ରାନ୍ ଖାନ୍ ସେନା ବ୍ୟତୀତ କୌଣସି ନିର୍ଣ୍ଣୟ ଏକା ନେଇପାରୁ ନାହାନ୍ତି  । ୬ ମିନିଟ ଭିଡ଼ିଓରେ ୧.୪୦ ସେକେଣ୍ଡ, ୧.୪୮ ସେକେଣ୍ଡ, ୧.୫୫ ସେକେଣ୍ଡରେ ଭିଡ଼ିଓରେ କଟ୍ ଆରମ୍ଭ ହୋଇଛି ।

ପୂର୍ବରୁ ଅନେକ ଥର ଅଭିଯୋଗ ହୋଇଛି ଇମ୍ରାନ୍ ଖାନ୍ ପ୍ରଧାନମନ୍ତ୍ରୀ ହେବା ପଛରେ ରହିଛି ପାକ୍ ସେନାର ହାତ । ନିକଟରେ ହୋଇଥିବା ନିର୍ବାଚନରେ ଇମ୍ରାନ୍ ଖାନଙ୍କୁ ସାହାଯ୍ୟ କରିଥିଲା ପାକ୍ ସେନା । କେବଳ ସେନା ନୁହେଁ ସେଠାରେ ଉପସ୍ଥିତ ଆତଙ୍କବାଦୀଙ୍କ ପ୍ରତି ମଧ୍ୟ ଇମ୍ରାନଙ୍କ ନରମ ମନୋଭାବ ଥିବାର ଦେଖାଦେଇଛି । ନିର୍ବାଚନ ସମୟରେ ଅନେକ ଆତଙ୍କବାଦୀ ପାକିସ୍ତାନରେ ନିର୍ବାଚନ ପ୍ରଚାର ମଧ୍ୟ କରିଥିବାର ଦେଖାଦେଇଥିଲା  ।