ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ପ୍ରଶଂସା କରି ଟ୍ରୋଲ୍ ହେଲେ ଅଭିନେତା ! ଲୋକେ କହିଲେ ଭାରତ ଆସ ତୋ ବ୍ୟାଣ୍ଡ ବଜେଇଦେବୁ ।

616

ସାରା ଦେଶ ଏବେ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଦାବି କରି ଚାଲିଥିବା ବେଳେ ପାକିସ୍ତାନ କଳାକାରଙ୍କୁ ମଧ୍ୟ ଭାରତରେ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ଏ ମଧ୍ୟରେ ଅଭିନେତା ଅଲ୍ଲୀ ଜଫର କରିଥିବା ଟୁଇଟକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି ।

ସୂଚନା ମୁତାବକ, ମଙ୍ଗଳବାର ପାକିସ୍ତାନର ପ୍ରଧାନମନ୍ତ୍ରୀ ପୁଲଓ୍ଵାମା ଆକ୍ରମଣରେ ପାକିସ୍ତାନର ହାତ ନଥିବା କହିଥିଲେ । ବିନା କାରଣରେ ଭାରତ ପାକିସ୍ତାନକୁ ଏ ଘଟଣା ପାଇଁ ଦାୟୀ କରୁଛି । ଟିଭି ଏବଂ ରେଡିଓ ଜରିଆରେ ସେ ପାକିସ୍ତାନୀମାନଙ୍କୁ ସମ୍ବୋଧନ କରି “ବିନା କୌଣସି ପ୍ରମାଣରେ ଭାରତ ଏହି ଘଟଣା ପାଇଁ ପାକିସ୍ତାନକୁ ଦାୟୀ କରୁଛି । ଯାହା ଅତ୍ୟନ୍ତ ନୀନ୍ଦନୀୟ । ଯଦି ଭାରତ ଏହି ଘଟଣାକୁ ନେଇ ପାକିସ୍ତାନ ଉପରେ ଆକ୍ରମଣ କରେ, ତେବେ ଆମେ ଚୁପ୍ ବସିବୁ ନାହିଁ । ଆମେ ମଧ୍ୟ ପ୍ରତି ଆକ୍ରମଣ କରିବୁ” ବୋଲି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କହିଥିଲେ । ଏହି ଭାଷଣ ପ୍ରସାର ହେବା ପରେ ଅଭିନେତା ଅଲ୍ଲୀ ଜଫର ଏହାକୁ ପ୍ରଶଂସା କରି ହ୍ଵାଟ୍ ଏ ସ୍ପିଚ୍ ଲେଖି ଟୁଇଟ୍ କରିଛନ୍ତି ।

ତାଙ୍କର ଏଭଳି ଟୁଇଟ୍ ପରେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । କିଛି ଲୋକ, “ଏବେ ଭାରତ ଆସରେ ପୁଅ, ତୋର ବ୍ୟାଣ୍ଡ ବଜେଇ ଦେବୁ” ବୋଲି ଲେଖିଥିବା ବେଳେ କିଛି ଲୋକ “ଏବେ ବଲିଉଡରେ ଅଭିନୟ କରିବା ପାଇଁ ଭିକ ମାଗିବୁ ନାହିଁ” ବୋଲି ଲେଖିଛନ୍ତି ।