ଅନ୍ତରାଷ୍ଟ୍ରୀୟ ଚାପରେ ନଇଁଲେ ପାକ୍ ପ୍ରଧାନମନ୍ତ୍ରୀ ! ଆତଙ୍କବାଦୀମାନେ ପାକିସ୍ତାନ ମାଟି ବ୍ୟବହାର କରିପାରବେ ନାହିଁ ବୋଲି କହିଲେ ଇମ୍ରାନ୍ ଖାନ୍

180

କନକ ବ୍ୟୁରୋ : ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବାରୁ ପାକିସ୍ତାନ ଉପରେ ଅନ୍ତରାଷ୍ଟ୍ରୀୟ ଚାପ ବଢ଼ିବାରେ ଲାଗିଛି । ପରିଶେଷରେ ଚାପରେ ନଇଁଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ।  ବିଦେଶରେ ଆକ୍ରମଣ କରିବା ପାଇଁ ଆତଙ୍କବାଦୀମାନେ ପାକିସ୍ତାନର ମାଟି ବ୍ୟବହାର କରିପାରିବେ ନାହିଁ ବୋଲି ଗତକାଲି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ । ଏକ ରାଲିରେ ଅଭିଭାଷଣ ଦେଇ ଇମ୍ରାନ୍ ଖାନ୍ କହିଛନ୍ତି ଏବେର ସରକାର କୌଣସି ପ୍ରକାର ଆତଙ୍କବାଦୀଙ୍କୁ ପାଇଁ ପାକିସ୍ତାନର ମାଟିର ବ୍ୟବହାର କରବାପାଇଁ ଦିଆଯିବ ନାହିଁ । ଖୁବ ଶୀଘ୍ର ପାକିସ୍ତାନର ନୂଆ ଯୁଗର ଆରମ୍ଭ ହେବବୋଲି କହିଛନ୍ତି ଇମ୍ରାନ୍ ଖାନ୍ ।

ସୂଚନାଯୋଗ୍ୟ, ପୁଲୱାମା ଆକ୍ରମଣରେ  ୪୦ଜଣ ଯବାନ ସହିଦ ହୋଇଥିଲେ । ଏଥିପାଇଁ ପାକ୍ ସମର୍ଥିତ ଆତଙ୍କବାଦୀ ଜୈଶ-ଇ-ମହମ୍ମଦର ନିଜକୁ ଦାୟୀ କରିଥିଲା । ଏହାପରେ ଭାରତ ସମେତ ବିଶ୍ୱର ପ୍ରାୟ ସମସ୍ତ ଦେଶ ପାକିସ୍ତାନ ଆତଙ୍କବାଦ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନେଉ ବୋଲି ଚାପ ପକାଇଥିଲେ । ଫଳରେ ଏବେ ଇମ୍ରାନ ସରକାର ଆତଙ୍କବାଦୀ ବିରୋଧରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରବା ପାଇଁ ସଜବାଜ ହେଉଛନ୍ତି । ତେବେ ଏହା ପାକ୍ ସରକାରଙ୍କ ନୂଆ ଚାଲ୍ ନା ସତରେ ଇମ୍ରାନ୍ ଖାନ୍ କିଛି କରିବେ ତାହା ଆଗକୁ ଜଣାପଡ଼ିବ ।

ମତାମତ

Your email address will not be published.