ପୁଣି ବାହା ହେଲେ ଇମରାନ୍ ଖାନ୍ ! ପୂର୍ବତନ କ୍ରିକେଟର ଇମରାନ ଖାନ୍ କଲେ ତୃତୀୟ ବିବାହ

48

ପୁଣି ବାହା ହେଲେ ଇମରାନ୍ ଖାନ୍ । ପାକିସ୍ତାନର ରାଜନୈତିକ ଦଳ ତେହରିକ-ଏ-ଇନସାଫର ମୁଖ୍ୟ ତଥା ପୂର୍ବତନ କ୍ରିକେଟର ଇମରାନ ଖାନ୍ ତୃତୀୟ ବିବାହ କରିଛନ୍ତି । ବୁଶରା ମାନିକାଙ୍କ ହାତ ଧରିଛନ୍ତି ଇମରାନ । ଗତକାଲି ଲାହୋରରେ ଉଭୟଙ୍କ ବିବାହ ସଂପନ୍ନ ହୋଇଛି । ୪୦ ବର୍ଷୀୟା ବୁଶରା ହେଉଛନ୍ତି ଇମରାନଙ୍କ ଆଧାତ୍ମିକ ଯୋଗ ଗୁରୁ ।

ଇମରାନ୍ ଓ ବୁଶରାଙ୍କ ବିବାହ ଉତ୍ସବରେ ଦୁଇ ପରିବାରର କିଛି ବନ୍ଧୁ ମଧ୍ୟ ଉପସ୍ଥିତ ଥିଲେ । ବିବାହ ବେଳର କିଛି ଫଟୋକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ବୁଶରା । ତେବେ ଇମରାନ ଓ ବୁଶରାଙ୍କ ଭାଇରାଲ ଫଟୋକୁ ପାକିସ୍ତାନୀ ନ୍ୟୁଜ ଚ୍ୟାନେଲ ଭୁଲ ବୋଲି ଦର୍ଶାଇଛି ।