ଗ୍ରାହକଙ୍କ ସୁବିଧା ପାଇଁ ଏସବିଆଇର ବଡ଼ ପଦକ୍ଷେପ ! ତୁରନ୍ତ ଟଙ୍କା ଟ୍ରାନ୍ସଫର କରୁଥିବା ଗ୍ରାହକଙ୍କୁ ମିଳିବ ଲାଭ

29

ଗ୍ରାହକଙ୍କ ସୁବିଧା ପାଇଁ ଏସବିଆଇର ବଡ଼ ପଦକ୍ଷେପ । ତୁରନ୍ତ ଟଙ୍କା ଟ୍ରାନ୍ସଫର କରୁଥିବା ଗ୍ରାହକଙ୍କୁ ମିଳିବ ଲାଭ । ଦେଶର ସବୁଠାରୁ ବଡ଼ ବ୍ୟାଙ୍କ୍ ଏସବିଆଇ ଗ୍ରାହକଙ୍କ ସୁବିଧା ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ଯଦି ଆପଣ ଆଇଏମପିଏସ୍ ଅପ୍ସନ ଚୟନ କରି ଅନଲାଇନ ଟଙ୍କା ଟ୍ରାନ୍ସଫର କରୁଛନ୍ତି, ତେବେ ଆପଣଙ୍କ ଠାରୁ ବ୍ୟାଙ୍କ୍ ନେଉଥିବା ଚାର୍ଜକୁ ୮୦ ପ୍ରତିଶତ କମାଇ ଦେଇଛି । ସୂଚନାଯୋଗ୍ୟ ଏସବିଆଇ ୧୦୦୧ ଟଙ୍କାରୁ ଆରମ୍ଭ କରି ୧ ଲକ୍ଷ ପର୍ଯ୍ୟନ୍ତ ଆଇଏମପିଏସରେ ୫ ଟଙ୍କା+ଜିଏସଟି ଆୟାୟ କରେ । ଆଉ ଏକ ଲକ୍ଷ ଏକ ଟଙ୍କାରୁ ୨ ଲକ୍ଷ ପର୍ଯ୍ୟନ୍ତ ଆଇଏମପିଏସରେ ୧୫ ଟଙ୍କା + ଜିଏସଟି ଆଦାୟ କରେ । ଆଇଏମପିଏସ ସେବା ମୋବାଇଲ ଫୋନ୍ ଓ ଇଂଟରନେଟ୍ ମାଧ୍ୟମରେ କରାଯାଏ ।

ଏସବିଆଇ ଜୁଲାଇ ମାସରେ ଛୋଟମୋଟ ନେଣଦେଣକୁ ଉତ୍ସାହତ କରିବା ପାଇଁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଆଇଏମପିଏସ୍ ଉପରେ ଶୁଳ୍ପ ଛାଡ଼ କରିଦେଇଥିଲେ । ଏହା ପୂର୍ବରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଆଇଏମପିଏସ୍ ନେଣଦେଣରେ ଦେୟ ଶୁଳ୍କ ସହ ଷ୍ଟେଟ୍ ବ୍ୟାଙ୍କ୍ ପ୍ରତି ନେଣଦେଣ ରେ ୫ ଟଙ୍କାର ଶୁଳ୍କ ଆଦାୟ କରୁଥିଲେ । ଏହାସହ ଷ୍ଟେଟ୍ ବ୍ୟାଙ୍କ୍ ନିଜର ଗ୍ରାହକଙ୍କ ସୁବିଧା ପାଇଁ ସର୍ଭିସ ଆକାଉଣ୍ଟରେ ନ୍ୟୁନତମ ବାଲାନ୍ସ କମ କରି ଦେଇଛି, ଯାହା୧ ଅକ୍ଟୋବରରୁ ଲାଗୁ ହୋଇସାରିଛି । ପ୍ରଥମେ ନ୍ୟୁନତମ ବାଲାନ୍ସ ୫୦୦୦ ଥିଲା, ଯାହା ୧ ଅ୍ରକ୍ଟୋବରରୁ ୩,୦୦୦ ଟଙ୍କା ହୋଇଯାଇଛି ।