ମୋବାଇଲରେ ନେଟୱର୍କ ସମସ୍ୟା ରହୁଥିଲେ ଆପଣାନ୍ତୁ କିଛି ଉପାୟ ! ଦୂର ହେବ ଆପଣଙ୍କ ସମସ୍ୟା ।

37

ଅନେକଥର ଦେଖାଯାଇଛି କି ଫୋନରେ ନେଟୱର୍କର ସମସ୍ୟା ହୋଇଥାଏ । ଆପଣ କୌଣସି କଲ୍ କରନ୍ତୁ ବା ମେସେଜ୍ ପଠାନ୍ତୁ କିମ୍ବା ଇଣ୍ଟରନେଟ୍ ବ୍ୟବହାର କରନ୍ତୁ, ଏହି ଖରାପ ସିଗନାଲ ଯୋଗୁଁ ଖୁବ୍ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଆପଣ ଏହି ସମସ୍ୟାରୁ ମୁକ୍ତି ପାଇଁ କିଛି ସହଜ ଉପାୟ ବତାଉଛୁ ।

୧ – ଫୋନର ବ୍ୟାଟେରୀକୁ ସର୍ବଦା ଚାର୍ଜ ରଖନ୍ତୁ –

ଫୋନରେ ଚାର୍ଜ ଅଳ୍ପ ଥିଲେ ଏହା ନେଟୱର୍କର ସମସ୍ୟା ଦେଖାଇଥାଏ । କାରଣ ଅଳ୍ପ ଚାର୍ଜରେ ଫୋନ୍ ନେଟୱର୍କ ଖୋଜିବାରେ ପର୍ଯ୍ୟାପ୍ତ ଉର୍ଜା ପାଇନଥାଏ ।

୨ – ସିଗନାଲ ବୁଷ୍ଟର –

ଯଦି ଅନେକ ଚେଷ୍ଟା କଲା ପରେ ବି ଆପଣଙ୍କ ଫୋନରେ ନେଟୱର୍କର ସମସ୍ୟା ଦେଖାଦେଉଛି । ଚାହିଁଲେ ଆପଣ ସିଗନାଲ ବୁଷ୍ଟରର ମଧ୍ୟ ବ୍ୟବହାର କରିପାରିବେ । ଏହାକୁ ରିପିଟର ମଧ୍ୟ କୁହାଯାଏ ରିପିଟରକୁ ଘରେ ଏମିତି ସ୍ଥାନରେ ରଖ ,ଯେଉଁଠି ସିଗନାଲ ଠିକରେ ଆସିପାରିବ ।

୩ – ସିଗନାଲକୁ ରୋକୁଥିବା ଜିନିଷକୁ ହଟାନ୍ତୁ –

ଅନେକ ଥର କୋଠରୀରେ ଏମିତି ଜିନିଷ ସବୁ ରହିଥାଏ , ଯାହା ଫୋନର ସିଗନାଲରେ ବାଧା ଦେଇଥାଏ । ଏଚ୍ଚୁ କୋଠରୀରୁ ସିଗନାଲ ରୋକୁ ଥିବା ଇଲେକ୍ଟ୍ରୋନିକ୍ ବା ମାଗ୍ନେଟିକ୍ ଜିନଷକୁ ରଖନ୍ତୁ ନାହିଁ । ଏହାସହ କୋଠରୀରେ ଯେତେ କମ୍ ଜିନିଷ ରଖନ୍ତୁ ଯାହା ସିଗନାଲ ଆସିବାରେ ବାଧା ଦେବନାହିଁ ।

୪ – ମାଇକ୍ରୋ ସେଲ୍ –

ମାଇକ୍ରୋ ସେଲ୍ ବୁଷ୍ଟର ଭଳି କାମ କରେ । ଏହା ଆପଣଙ୍କୁ ଘରେ ସିଗନାଲ ପହଁଚିବାରେ ସାହାଯ୍ୟ କରେ । ଏଥିପାଇଁ ଏହାକୁ ନିଜର ରାଉଟର ସହ ସଂଯୋଗ କରିବାକୁ ହୁଏ ଏବଂ ମାଇକ୍ରୋ ସେଲର ଫାଇଦା ଏହା କି ଏହା ଆପଣଙ୍କୁ ଏମିତି ସ୍ଥାନରେ ସିଗନାଲ ଉପଲବ୍ଧ କରାଇଥାଏ ଯେଉଁଠି ସିଗନାଲ କେବେ ଆସିବାର ସମ୍ଭାବନା ନଥାଏ ।

୫ – ୱାଇ-ଫାଇ ବ୍ୟବହାର କରନ୍ତୁ –

ଯଦି ଆପଣ ଲ୍ୟାଣ୍ଡ ଲାଇନ୍ ବ୍ରଡବ୍ୟାଣ୍ଡ କନେକ୍ସନ ବ୍ୟବହାର କରୁଛନ୍ତି , ୱାଇ-ଫାଇର ବ୍ୟବହାର କରି ମଧ୍ୟ ଆପଣ ନିଜର ନେଟୱର୍କକୁ ଖୁବ୍ ଭଲ କରିପାରିବେ । ଏହାସହ ଆପଣ କଲିଂ ଆପ୍ସର ବ୍ୟବହାର କରି ଡାଟା କଲ୍ ବି କରିପାରିବେ ।