ଆପଣଙ୍କ ଦୃଷ୍ଟିଶକ୍ତି କମିଯାଇଛି କି ? ଏହାର ସମାଧାନ ପାଇଁ ଖାଆନ୍ତୁ ଏହି ଖାଦ୍ୟ

103

ଆଜିକାଲି ବ୍ୟସ୍ତ ବହୁଳ ଜୀବନରେ ଆମେ ଆମ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ପାରୁନାହୁଁ । କିନ୍ତୁ ଆପଣ ଜାଣିଛନ୍ତି କି ? ଏହି ଶରୀରରେ ଥିବା ଏକ ଅଂଶ ଯାହାକୁ ଯଦି ଟିକେ ଧ୍ୟାନ ନ ଦେବା ତାହା ହେଲେ ଆମେ ସମଗ୍ର ଦୁନିଆ ଦେଖିବାରୁ ବଞ୍ଚିତ ହେବା । ଯାହା ପାଇଁ ଆମେ ସମଗ୍ର ଦୁନିଆ ଦେଖିଛୁ, ତାହା ପ୍ରତି ଯତ୍ନ ନ ନେଲ କ’ଣ କ୍ଷତି ହେବ ଜାଣିବା ଆବଶ୍ୟକ । ଆଖିର ରଶ୍ମୀ ଅଳ୍ପ ବୟସରେ ହ୍ରାସ ହେବାକୁ ଲାଗିବ । ଯାହା କମ୍ ବୟସରେ ହିଁ ଆପଣ ଅନ୍ଧ ହେବା ସମ୍ଭାବନା ରହିଛି ।

ବର୍ତ୍ତମାନ ସବୁ କ୍ଷେତ୍ରରେ କମ୍ପ୍ୟୁଟରର ବ୍ୟବହାର ଅତ୍ୟନ୍ତ ଜରୁରୀ ହେଇ ଯାଇଛି । ଯାହା ଫଳରେ ଆପଣ କମ୍ପ୍ୟୁଟରରେ ଅଧିକା ସମୟ କାମ କରୁଛନ୍ତି । କିନ୍ତୁ ଏହି କମ୍ପ୍ୟୁଟର ସ୍କ୍ରିନ ପାଇଁ ହିଁ ଆଖିର ରଶ୍ମୀ ଧୀରେ ଧୀରେ ହ୍ରାସ ହେବାରେ ଅଧିକ ସମ୍ଭାବନା ରହିଛି । ଏହି ବୈଜ୍ଞାନିକ ଯୁଗରେ ଆଖି ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ଅଟେ । ସେଥିପାଇଁ ଆଖିର ରଶ୍ମୀ ବଢେଇବା ପାଇଁ ଆମେ ଆପଣଙ୍କୁ କେତୋଟି ଉପାୟ କହୁଛୁ । ଏହି ଜିନିଷ ସେବନ କଲେ ଆପଣଙ୍କ ଆଖିର ଶକ୍ତି ବଢିପାରିବ ।

କନ୍ଦମୂଳ –
ଆଖିର ରଶ୍ମୀ ବଢେଇବା ପାଇଁ କନ୍ଦମୂଳ ଖାଇବା ଭଲ ଅଟେ । ଏଥିରେ ବିଟା କେରଟିନ ଅଧିକ ମାତ୍ରାରେ ଉପଲବ୍ଧ ରହିଛି । ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଉପକାରୀ ଅଟେ । ଏହାକୁ ସିଝାଇ ଖାଇ ପାରିବା ଅଥଚ ତେଲରେ ଫ୍ରାଇ କରି ସେବନ କରି ପାରିବା ।

ଗାଜର –
ଗାଜର ସେବନ କରିବା ଦ୍ୱାରା ଆଖିର ରଶ୍ମୀ ପ୍ରତି ବହୁ ଲାଭଦାୟକ ଅଟେ । ଏଠାରେ ବହୁ ମାତ୍ରାରେ ପୋଷଣ ତତ୍ୱ ରହିଛି । ଏହା ବ୍ୟତୀତ ଆପଣ ଲେମ୍ବୁ ଓ ଖଟା ଜାତିର ଫଳ ସେବନ କରିପାରିବେ । ଯେଉଁଠାରେ ଭିଟାମିନ ବି-୧୨ ଓ ବିଟା କେରଟିନ ପ୍ରଚୁର ମାତ୍ରାରେ ଉପଲବ୍ଧ ଅଛି । ଏହା ଦ୍ୱାରା ବହୁ ସହଜରେ ଆଖିର ରଶ୍ମୀ ବଢେଇବା ପାଇଁ ସାହାଯ୍ୟ କରେ ।

ମାଛ-
ଫ୍ରେସ ସାଲମୋନ ମାଛକୁ ସେବନ କରନ୍ତୁ । ଯାହା ଆଖିର ରଶ୍ମୀ ପାଇଁ ଲାଭକ ଦାୟ ଅଟେ । ଏହି ମାଛରେ ଅମିନା ୩ ଭିଟା ଏସିଡ୍ ଅଧିକ ମାତ୍ରାରେ ପାଇବା । ଯାହା ଆମ ଅଖିର ରଶ୍ମୀ ବଢେଇବା ପାଇଁ ବହୁ ଲାଭଦାୟକ ଅଟେ । ସପ୍ତାହରେ ଦୁଇ ଥର ଏହି ମାଛକୁ ସେବନ କରୁନ୍ତି । ଯାହା ଆପଣଙ୍କ ପାଇଁ ବହୁ ଲାଭଦାୟକ ଅଟେ ।

ଶୁଖିଲା ଫଳ-
ଆଖିର ରଶ୍ମୀ ବଢେଇବା ପାଇଁ ଶୁଖିଲା ଫଳ ସେବନ କରିବା ବହୁତ ଭଲ ଅଟେ । ଏଠୋରେ ଭିଟାମିନ-ଏ ଅଧିକ ମାତ୍ରାରେ ରହିଛି । ଯାହାଦ୍ୱାରା ସ୍ୱାସ୍ଥ୍ୟର କୋଲେଷ୍ଟ୍ରଲ କୁ ଠିକ ଭାବରେ ପରିଚାଳନା କରିଥାଏ । ଶୁଖିଲା ଫଳରେ ଆପଣ ଖାଇପାରିବେ କିସମିସ, ଅଖରୋଟ, ବାଦାମ, କାଜୁ ପିସ୍ତା ମିଶେଇ ସେବନ କରିପାରିବେ ।