ବଡ ଖବର : ଆୟକର ରିର୍ଟନ( ITR) ଫର୍ମ ଦାଖଲ ପୂର୍ବରୁ ଏହି ୬ଟି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

28

ଆୟକର ଜମା କରିବାର ସମୟ ଆରମ୍ଭ ହୋଇଯାଇଛି ଏବଂ ଆୟକର ଅଧିନରେ ଆସୁଥିବା ସମସ୍ତ ଲୋକ ଆୟକର ଭରିବା ଆରମ୍ଭ କରିଦେଲେଣି । ତେବେ ଏହା ପାଇଁ ୩୧ ଜୁଲାଇ ୨୦୧୮ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ସେ ପର୍ଯ୍ୟନ୍ତ ଆପଣ ଆପଣଙ୍କ ରିର୍ଟନ ଦାଖଲ କରିପାରିବେ । ଯଦି ଆପଣଙ୍କ ଆଧାର କାର୍ଡ ଲିଙ୍କ ନାହିଁ ଏବଂ ଆପଣଙ୍କୁ ଆପଣଙ୍କ ଆଇଟିଆର ଫର୍ମ ପଠାଇବାର ଆବଶ୍ୟକତା ଅଛି , ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ । ଜାଣନ୍ତୁ ଆୟକର ରିର୍ଟନ ଭରିବା ପୂର୍ବରୁ କିଛି ଜରୂରୀ ତଥ୍ୟ ।

• ଫର୍ମ ପାଇଁ କେବେ ବି ଡଟ୍ ମେଟ୍ରିକ୍ସ ପ୍ରିଣ୍ଟରର ଉପଯୋଗ କରନ୍ତୁନି । ଆପଣଙ୍କୁ ଲିଙ୍କ ଜେଟ୍ ବା ଲେଜର୍ ପ୍ରିଣ୍ଟରରେ ହିଁ ପ୍ରିଣ୍ଟ କରିବା ଜରୁରୀ । ପ୍ରିଣ୍ଟ କରିବା ପାଇଁ ବ୍ଲାକ ଇଙ୍କର ବ୍ୟବହାର କରନ୍ତୁ ।

• ଆପଣ ଯାହା ବି ପ୍ରିଣ୍ଟ ଆଉଟ ନେଉଛନ୍ତି ତାହା ପଢ଼ିବା ଯୋଗ୍ୟ ହେବା ଉଚିତ୍ ଅନ୍ୟଥା ସେହି ଫର୍ମକୁ ପଠାଇବାର ଅର୍ଥ କିଛି ବି ରହିବନି ।

• ୱାଟର ମାର୍କ ଉପରେ ପ୍ରିଣ୍ଟ କରନ୍ତୁନି । ଆୟକର ବିଭାଗ, ପ୍ରତ୍ୟେକ ଆଇଟିଆର-ବିକୁ ସଂଚାଳିତ ରୂପରେ ମୁଦ୍ରିତ କରେ ଯାହା ଉପରେ ଅନୁମତ ୱାଟର ମାର୍କ ଥାଏ । ତାହା ଉପରେ ପ୍ରିଣ୍ଟ କରିବା ଉଚିତ୍ ନୁହେଁ ।

• ପ୍ରିଣ୍ଟ ଆଉଟ ନେବା ପାଇଁ ଏ୪ ସାଇଜ୍ ପେପର୍ ର ବ୍ୟବହାର କରନ୍ତୁ । ପେଜ୍ ପଛ ପଟେ କିଛି ଲେଖନ୍ତୁନି ।

• ମହତ୍ୱପୂର୍ଣ୍ଣ କଥା ଏହା ଯେ ବ୍ୟାକ୍-ଟୁ –ବ୍ୟାକ ପ୍ରିଣ୍ଟ ଆଉଟ୍ କରିବା ଉଚିତ୍ ନୁହେଁ । ଏହା କରିବା ଦ୍ୱାରା ଜଣା ପଡେନି କି ଏହା ଅସଲି ନା ନକଲି।

• ଆପଣ ଯଦି ଏକାଧିକ ବ୍ୟକ୍ତିଙ୍କ ଆଇଟିଆର ରିର୍ଟନ ଦାଖଲ କରୁଛନ୍ତି ତେବେ ଗୋଟିଏ ଲିଫାଫାରେ ପଠାଇପାରିବେ । ଅଲଗା ଅଲଗା ପଠାଇବାର କୈାଣସି ଆବଶ୍ୟକତା ନାହିଁ ।