ଆପତ୍ତିକାଳୀନ ନମ୍ବର ,ବ୍ୟାଟେରୀ ରିକୋଭର୍ ,ଫୋନ୍ ଚୋରି ହେବା କ୍ଷଣି ଦବାନ୍ତୁ ଏହି ସିକ୍ରେଟ୍ କୋଡ୍ ! ବହୁ ଅସୁବିଧାର ସମାଧାନ ଦେବ ଏହି କୋଡ୍ ।

568

ଆଜିର ସମୟରେ ସ୍ମାର୍ଟଫୋନର ଚାହିଦା ଖୁବ୍ ବଢୁଛି । କେବଳ ଫୋନ୍ କିମ୍ବା ମେସେଜ୍ ଭିତରେ ସୀମିତ ନରହି ସ୍ମାର୍ଟଫୋନକୁ ବିଭିନ୍ନ ପ୍ରକ୍ରିୟାରେ ବ୍ୟବହାର କରାଯାଉଛି । ଫୋନ୍ ଦ୍ୱାରା ଆଜି ଅନେକ କାମ କରାଯାଉଛି । ଏମିତିକି ନିତିଦିନିଆର ଜୀବନର ଗୁରୁତ୍ୱପୂର୍ଣ୍ଣ କାମ ମଧ୍ୟ ସାମିଲ ଅଛି । ଯେମିତିକି ବିଜୁଳୀ ବିଲ୍ ,ବ୍ୟାଙ୍କ୍ କାମ ,ଟଙ୍କା ନେଣଦେଣ ପ୍ରକ୍ରିୟା ଆଦି ମଧ୍ୟ ଗୋଟିଏ ଫୋନ୍ ମାଧ୍ୟମରେ ହିଁ ହୋଇଯାଉଛି । ତେବେ ଆଜି ଆମେ ଆପଣଙ୍କୁ କିଛି ସ୍ମାର୍ଟଫୋନ୍ ଟ୍ରିକ୍ ବିଷୟରେ କହିବାକୁ ଯାଉଛୁ ।

ଆପତ୍ତିକାଳୀନ ନମ୍ବର : ଆପଣଙ୍କୁ କାଳେ ଏହି ବିଷୟରେ ଜ୍ଞାତ ନଥିବ କିନ୍ତୁ ଆମେ ଏଠାରେ କହିରଖୁଛୁ ଦୁନିଆର ସବୁ ମୋବାଇଲ୍ ରେ ଗୋଟିଏ ହିଁ ଆପତ୍ତକାଳୀନ ନମ୍ବର ଥାଏ । ୧୧୨ ହେଉଛି ଏହି ନମ୍ବର । ଯଦି ଆପଣଙ୍କ କ୍ଷେତ୍ରରେ ନେଟୱର୍କ ମିଳୁନାହିଁ କିମ୍ବା କଭରେଜ୍ ବାହାରେ ଥିବା କଥା କହୁଛି ତେବେ ଆପଣ ଏହି ନମ୍ବରରେ କଲ୍ କରି ନିଜ କ୍ଷେତ୍ରରେ ନେଟୱର୍କକୁ ସର୍ଚ୍ଚ କରିପାରିବେ । ଏହି ପ୍ରକ୍ରିୟା ଫୋନ୍ ଲକ୍ ହେଲେ ମଧ୍ୟ କାମ କରିଥାଏ ।

ବ୍ୟାଟେରୀ ରିକୋଭରି କୋଡ୍ : ଅନେକ ସମୟରେ ଜରୁରୀ ପରିସ୍ଥିତିରେ ଫୋନ୍ ର ବ୍ୟାଟେରୀ ଲୋ ହୋଇଯାଏ ଏବଂ ସେହି ସମୟରେ ଯଦି ଆମକୁ କିଛି ଜରୁରୀ କାମ କରିବାକୁ ପଡିଥାଏ । ତେବେ ଏଭଳି ସ୍ଥିତିରେ ଆମେ ଆପଣଙ୍କୁ ଏକ କୋଡ୍ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣଙ୍କ ଫୋନର ବ୍ୟାଟେରୀ କେବଳ ଏକ ରିଷ୍ଟାର୍ଟ ପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ହୋଇଯାଏ । *3370 # ଏହି ନମ୍ବରକୁ ଡାଏଲ୍ କରିବା କ୍ଷଣି ହିଁ ଫୋନ୍ ରିଷ୍ଟାର୍ଟ ହେବାକୁ ଲାଗିବ ଏବଂ ଏହାପରେ ଆପଣ ପୁନର୍ବାର ଚାର୍ଜ କଲେ ଏହି ଚାର୍ଜିଙ୍ଗ୍ ସେଠାରୁ ହିଁ ୫୦ ପ୍ରତିଶତ ନଜର ଆସିବାକୁ ଲାଗିବ ।

ଫୋନ୍ ଚୋରି ହେଲେ କିମ୍ବା କେଉଁଠାରେ ପଡିଗଲେ କରିବେ କ’ଣ ?

ଫୋନ୍ ଚୋରି ହେଲେ କିମ୍ବା କେଉଁଠାରେ ପଡିଗଲେ ସର୍ବପ୍ରଥମେ ଏହାକୁ ବ୍ଲକ୍ କରନ୍ତୁ ଯଦି ଆପଣଙ୍କ ବ୍ୟକ୍ତିଗତ ଡାଟା ସଂସ୍ପର୍ଶରେ କିଏ ଆସିବେ ତେବେ ଏହା ଆପଣଙ୍କ ପାଇଁ ହିଁ ଖରାପ ହେବ । ଫୋନ୍ ବ୍ଲକ୍ କରିବା ପାଇଁ ଆଇଏମଇଆଇ ନମ୍ବରକୁ ଡାଏଲ୍ କରନ୍ତୁ ଏଥିପାଇଁ *#06 # କୁ ଡାଏଲ୍ କରନ୍ତୁ । ଏହାପରେ ଫୋନ୍ ବ୍ଲକ୍ ହୋଇଯିବ ।