ଭୁବନେଶ୍ୱରରୁ ଜଳ ନିଷ୍କାସନ ନେଇ ମନ୍ତ୍ରୀ, ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ: ଚିହ୍ନଟ ହେଲା ୧୦ଟି ସମ୍ବେଦନଶୀଳ ସ୍ଥାନ, ବିଭିନ୍ନ ଡ୍ରେନ ନିକଟରୁ ହେବ ଜବର ଦଖଲ ଉଚ୍ଛେଦ

27

କନକ ବ୍ୟୁରୋ: ଭୁବନେଶ୍ୱର ସହରର ଜଳନିଷ୍କାସନ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ । ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମେୟର ଅନନ୍ତ ନାରାୟଣ ଜେନା, ବିଭିନ୍ନ ବିଭାଗର ଅଧିକାରୀ, କର୍ପୋରେଟର ଉପସ୍ଥିତ ଥିଲେ । ସହର ମଧ୍ୟରୁ ଜଳ ନିଷ୍କାସନ ପାଇଁ ଥିବା ମୁଖ୍ୟ ଡ୍ରେନରୁ ଖୁବ ଶୀଘ୍ର ଜବରଦଖଲ ଉଚ୍ଛେଦ କରାଯିବ ।

ପ୍ରାକୃତିକ ନାଳକୁ ପୁନରୁଦ୍ଧାର କରାଯିବା ସହ ନୂତନ ଡ୍ରେନ ମଧ୍ୟ ନିର୍ମାଣ ହେବ ବୋଲି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି । ପାଖାପାଖି ୧୦ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ ହୋଇଛି । ବର୍ଷକ ଭିତରେ ଜବରଦଖଲ ଉଚ୍ଚେଦ କରାଯିବ । ଦରକାର ପଡିଲେ ଆଇନର ସହାୟତା ନିଆଯିବ ବୋଲି ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି ।