କୁମ୍ଭମେଳା କେବେ ଯିବେ, କେଉଁଠି ରହିବେ ଓ କେଉଁ ନମ୍ବରକୁ ସବୁବେଳେ ନିଜ ସାଥିରେ ରଖିବେ ? ଜାଣନ୍ତୁ

203

ମକର ସଂକ୍ରାନ୍ତି ସହିତ ହିଁ ମଙ୍ଗଳବାର ପ୍ରୟାଗରାଜରେ କୁମ୍ଭ ମେଳାର ଆରମ୍ଭ ହୋଇଛି । ଦେଶ ଓ ସାରା ଦୁନିଆରୁ ଆସିଥିବା କୋଟି କୋଟି ଶ୍ରଦ୍ଧାଳୁ ଆସ୍ଥାର ସଙ୍ଗମରେ ବୁଡ ପକାଉଛନ୍ତି । ଏହି ସମୟରେ ସହରର ଭିତରେ ଓ ସହର ବାହାରେ ଏକ ଭିନ୍ନ ସହର ତିଆରି ହୋଇଯାଇଛି । ସମସ୍ତ ହୋଟେଲ-ଧର୍ମଶାଳା ବୁକ୍ ହୋଇଛି । ଏମିତିରେ ଆପଣ କୁମ୍ଭମେଳା ଯିବାର ଯୋଜନା କରୁଛନ୍ତି, ତେବେ କିଛି ବିଶେଷ କଥା ଉପରେ ଧ୍ୟାନ ରଖିବା ଜରୁରୀ । କେଉଁ ପ୍ରକାରର ଯୋଜନା କଲେ ବିନା କୌଣସି ଅସୁବିଧାରେ ସଙ୍ଗମ ରେ ବୁଡ ପକାଇ ସକୁଶଳ ଫେରିପାରିବେ ।

ବିମାନ ଯୋଗେ କେମିତି ପହଂଚିବେ : ଦେଶର କୋଣ-ଅନୁକୋଣ ଓ ସାରା ଦୁନିଆରୁ ଶ୍ରଦ୍ଧାଳୁ ଆସୁଛନ୍ତି । ଏଥିପାଇଁ ରାଜ୍ୟ ସରକାର ସମସ୍ତ ଜିନିଷର ଭଲ ବ୍ୟବସ୍ଥା କରିଛନ୍ତି । ଯଦି ଆପଣ ବିମାନ ସାହାଯ୍ୟରେ ପ୍ରୟାଗରାଜ ପହଂଚିବାକୁ ଚାହୁଁଛନ୍ତି, ତେବେ ଦିଳ୍ଲୀ-ଏୟାର ଇଣ୍ଡିଆ, ଲଖନଉ-ଜେଟ୍ ଏୟାରୱେଜ୍, ପଟନା-ଜେଟ୍ ଏୟାରୱେଜ୍, ଇନ୍ଦୋର-ଜେଟ୍ ଏୟାୱେଜ୍, ଇନ୍ଦୋର-ଜେଟ୍ ଏୟାରୱେଜ୍, ପୁନେ-ଇଣ୍ଡିଗୋ ଏୟାରଲାଇନ୍ସ, ରାୟପୁର-ଇଣ୍ଡିଗୋ-ଏୟାରଲାଇନ୍ସ, ବାଙ୍ଗାଲୁରୁ-ଇଣ୍ଡିଗୋ ଏୟାରଲାଇନ୍ସ, ଭୁବନେଶ୍ୱର-ଇଣ୍ଡିଗୋ ଏୟାରଲାଇନ୍ସ, ଭୋପାଳ-ଇଣ୍ଡିଗୋ ଏୟାରଲାଇନ୍ସ, ଦେହେରାଦୁନ୍-ଇଣ୍ଡିଗୋ ଏୟାରଲାଇନ୍ସ, ମୁମ୍ବାଇ-ଇଣ୍ଡିଗୋ ଏୟାରଲାଇନ୍ସ, ଗୋରଖପୁର-ଇଣ୍ଡିଗୋ ଏୟାରଲାଇନ୍ସ, କୋଲକାତା-ଜୁମ୍ ଏୟାର, ଲଖନଉ-ଟର୍ବୋ ଏଭିଏସନ୍ ମୁଖ୍ୟ ଅଟେ । ଏହା ବ୍ୟତୀତ ନିଜ ସ୍ଥାନ ଓ ତାରିଖ ଦେଖି କନେକ୍ଟିଙ୍ଗ ଫ୍ଲାଇଟ୍ ନିଆଯାଇପାରିବ ।

ମେଳା ପାଇଁ ବସ-ଟ୍ରେନ୍ ସୁବିଧା : ଯଦି ଆପଣ ଟ୍ରେନରେ ଯାଉଛନ୍ତି ଏହାର ବୁକିଂ ପୂର୍ବରୁ କରିନିଅନ୍ତୁ । କୁମ୍ଭ ମେଳା ପାଇଁ ୨୨ ସ୍ପେଶାଲ ଟ୍ରେନ୍ ଚାଲିବ । ଯିବା ଆସିବାର କୌଣସି ଅସୁବିଧା ଯେମିତି ହେବ ନାହିଁ । ଏହା ବ୍ୟତୀତ ଭିନ୍ନ ପ୍ରାନ୍ତରୁ ସ୍ପେଶାଲ ଟ୍ରେନ୍ ଶିଡ୍ୟୁଲ କରାଯାଉଛି ।

କେଉଁଠି ରହିବେ ? : କୁମ୍ଭ ମେଳାରେ ରହିବା ପାଇଁ ଅନ୍ୟ ସୁବିଧା ରହିଛି । ଏଥିରେ ହୋଟେଲ ଓ ଧର୍ମଶାଳା ବ୍ୟତୀତ ସରକାରୀ ବ୍ୟବସ୍ଥା ବି ଅଛି । ଏଠି ସଙ୍ଗମରେ ବିଳାସପୂର୍ଣ୍ଣ ଟେଣ୍ଟର ସୁବିଧା ଦିଆଯାଉଛି, ଯାହାର ଗୋଟିଏ ରାତିର ଭଡା ୧୦ହଜାର ଠାରୁ ଆରମ୍ଭ କରି ୩୫ ହଜାର ଟଙ୍କା । ୩୫ ହଜାର ମୂଲ୍ୟ ଥିବା ଗୋଟିଏ ଟେଣ୍ଟରେ ଦୁଇଟି ବେଡରୁମ୍ ଓ ଗୋଟିଏ ଲିଭିଙ୍ଗ ରୁମ୍ ଅଛି । ଏବଂ ସେହି ସମସ୍ତ ସୁବିଧା ମିଳିବ ଯାହା କୌଣସି ପଂଚ ତାରକା ହୋଟେଲରେ ମିଳେ । ଏହା ବିଶେଷ କରି ବିଦେଶୀ ଓ ଏନଆରଆଇ ତୀର୍ଥଯାତ୍ରୀଙ୍କୁ ଧ୍ୟାନରେ ରଖି ଆରମ୍ଭ କରାଯାଇଛି ।

ଏହି ନମ୍ବର ଗୁଡିକୁ ନିଶ୍ଚୟ ନିଜ ସାଥିରେ ରଖନ୍ତୁ : ୪୯ ଦିନର ଏହି ମେଳାରେ କୋଟି କୋଟି ଲୋକଙ୍କ ଯିବା ଆସିବାକୁ ଧ୍ୟାନରେ ରଖି ରାଜ୍ୟ ସରକାର ସୁରକ୍ଷା ପାଇଁ ସକ୍ରିୟ ଅଛନ୍ତି । ପ୍ରଶାସନ ଭିନ୍ନ ଭିନ୍ନ ସୁବିଧା ପାଇଁ ଭିନ୍ନ ଭିନ୍ନ ନମ୍ବର ଜାରି କରିଛନ୍ତି । ଆବଶ୍ୟକତା ପଡିଲେ ଯାତ୍ରୀ ତାଙ୍କୁ ତୁରନ୍ତ ସଂପର୍କ କରିପାରିବେ । ଅନେକ କଣ୍ଟ୍ରୋଲ ରୁମ୍ ଓ ପୁଲିସ ଥାନା ଅଛି । ମେଳାକୁ ଯାଉଛନ୍ତି ଯଦି ଏହି ହେଲ୍ପଲାଇନ ନମ୍ବର ନିଜ ସାଥିରେ ରଖନ୍ତୁ ।

ପୁଲିସ-୧୦୦

ଆମ୍ବୁଲାନ୍ସ– ୧୦୮

ଫାୟାର ଷ୍ଟେସନ-୧୦୧

କୁମ୍ଭ ହେଲ୍ପଲାଇନ ନମ୍ବର : ୧୯୨୦

ମହିଳା ଓ ଶିଶୁ ହେଲ୍ପଲାଇନ୍ ନମ୍ବର-୧୯୦୧

କୁମ୍ଭ ମେଳା ପ୍ରଶାସନ କଣ୍ଟ୍ରୋଲ ରୁମ୍ : ୦୫୩୨୨୨୬୬୫୦୮

କୁମ୍ଭ ମେଳା ଅଧିକାରୀ, ତ୍ରିବେଣୀ ଭବନ-୦ ୫୩୨ ୨୫୦୦୭୭୫/ ୦ ୫୩୨ ୨୫୦୪୦୧୧

ଇମେଲ- web.kumbh-up@gov.in 

ନିକଟସ୍ଥ ପୁଲିସ ଷ୍ଟେସନ ଓ ଥାନାର ସୂଚନା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ : https://kumbh.gov.in/en