ଦେଶର ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ପାଇଁ ମସୁଧା ! ବିିରୋଧୀ ଚିଠା ପ୍ରସ୍ତାବ ପ୍ରସ୍ତୁତ କରିଥିବା ନେଇ ସୂଚନା

24

କନକ ବ୍ୟୁରୋ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଆଣିବାକୁ ମସୁଧା । ଏ ସଂପର୍କରେ କଂଗ୍ରେସ ଦଳ ପକ୍ଷରୁ ଏକ ଚିଠା ପ୍ରସ୍ତାବ ବିଭିନ୍ନ ଦଳ ମଧ୍ୟରେ ବଂଟନ ହୋଇଥିବା ସୂତ୍ରରୁ ସୂଚନା ମିଳିଛି । ବିରୋଧୀ ଦଳ ନେତାଙ୍କ ସୂତ୍ରରୁ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏକ ଚିଠା ପ୍ରସ୍ତାବ ପ୍ରସ୍ତୁତ ହୋଇଛି । ଅନେକ ବିରୋଧୀ ଦଳର ମୁଖ୍ୟମାନେ, ଦେଶର ପ୍ରଧାନ ବିଚାରପତିଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଉପରେ ଦସ୍ତଖତ କରିସାରିଛି । ସୂଚନା ଅନୁସାରେ ଏନସିପି,ବାମପନ୍ଥୀ ପାର୍ଟି, ଟିମସି ଓ କଂଗ୍ରେସ ମଧ୍ୟ ହସ୍ତାକ୍ଷର କରିସାରିଛି ।

Deepak Mishra
ଏନେଇ ବିରୋଧୀ ଦଳର ନେତାଙ୍କ ଏକ ବୈଠକ ମଧ୍ୟ ବସିଥିଲା । ଗତ ଜାନୁୟାରୀ ମାସରେ ୪ଜଣ ବିଚାରପତି, ମୁଖ୍ୟବିଚାର ପତିଙ୍କ ବିରୋଧରେ ଆଣିଥିବା ଅଭିଯୋଗକୁ ଆଧାର କରି ଏହି ମହାଅଭିଯୋଗ ଅଣାଯାଉଥିବା ଚର୍ଚ୍ଚା ହେଉଛି । ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଆଣିବାକୁ ହେଲେ ଅତିକମରେ ୫୦ ସାଂସଦଙ୍କ ସମର୍ଥନ ଆବଶ୍ୟକ । ଏନେଇ କଂଗ୍ରେସ ନେତାମାନେ ବିଭିନ୍ନ ଦଳ ସହ ଆଲୋଚନା କରିଛନ୍ତି ।