ସ୍ମାର୍ଟଫୋନ୍ ଯୋଗୁଁ କିଶୋର ଜୀବନରେ ବଢ଼ୁଛି ଆତ୍ମହତ୍ୟା ପ୍ରବଣତା : ଅଧ୍ୟୟନ

46

ଦୈନନ୍ଦିନ ଜୀବନରେ ଖାଦ୍ୟ, ବସ୍ତ୍ର ଓ ବାସଗୃହ ନିହାତି ଜରୁରୀ । ତେବେ ବର୍ତ୍ତମାନ ସମୟରେ ଏହି ମୌଳିକ ଅବାଶ୍ୟକତା ସହ ଆଉ କିଛି ଯୋଗ ହୋଇଯାଇଛି । ଆମ ଜୀବନରେ ବର୍ତ୍ତମାନ ଇଂଟରନେଟ୍ ଓ ଡିଜିଟାଲ ଡିଭାଇସ ମଧ୍ୟ ଗୁରୁତ୍ୱ ବହନ କରୁଛି । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଚାହିଦା ବଢିବା ଦ୍ୱାରା ସବୁ ସମ୍ଭବ ହୋଇପାରୁଛି । କିନ୍ତୁ ଏହା ଅପ୍ରାପ୍ତବୟସ୍କ ତଥା କିଶୋର ଜୀବନ ଉପରେ ଅନେକ ପ୍ରଭାବ ପକାଉଛି ।

ୟୁଏସର ‘ସୋନ ଡିଏଗୋ ଷ୍ଟୋଟ ୟୁନିଭର୍ସିଟି’ର ଏକ ଅନୁଧ୍ୟାନରୁ ମିଳିଥିବା ତଥ୍ୟ ଅନୁସାରେ ବର୍ତ୍ତମାନର ଅପ୍ରାପ୍ତ ବୟସ୍କମାନେ ସ୍ମାର୍ଟଫୋନ ପାଇଁ ଜୀବନକୁ ବାଜି ଲଗାଉଛନ୍ତି । ଏହି ତଥ୍ୟକୁ ଆଧାରରେ ରଖି ଚେତାବନୀ ଦିଆଯାଇଛି ଯେ ସ୍ମାର୍ଟଫୋନ ଓ କମ୍ପ୍ୟୁଟର ଅତ୍ୟଧିକ ବ୍ୟବହାର ଯୋଗୁଁ ଅପ୍ରାପ୍ତ ବୟସ୍କମାନେ ବିଷାଦର ଶିକାର ହେଉଛନ୍ତି । ଯାହା ଫଳରେ ସେମାନେ ଆତ୍ମହତ୍ୟା କରିବା ପାଇଁ ଆଗେଇ ଆସୁଛନ୍ତି ।

ତେବେ ଏନେଇ ଗବେଷଣାକାରୀମାନେ ୫ ଲକ୍ଷ ଅପ୍ରାପ୍ତ ବୟସ୍କଙ୍କ ମତ ନେଇ ଅଧ୍ୟୟନ କରିଛନ୍ତି । ଏହି ଅଦ୍ୟୟନ ଅନୁସାରେ ସ୍ମାର୍ଟଫୋନ୍ ପାଇଁ କିଶୋର ଅପେକ୍ଷା କିଶୋରୀମାନେ ଅଧିକା ବିଷାଦଗ୍ରସ୍ତ ହେଉଛନ୍ତି । କେବଳ ଏତିକି ନୁହେଁ , ୨୦୧୦ରୁ ୨୦୧୫ବର୍ଷ ଭିତରେ କିଶୋରୀମାନଙ୍କ ମଦ୍ୟରେ ୬୫ ପ୍ରତିଶତ ଆତ୍ମହତ୍ୟା ପ୍ରବଣତା ବଢ଼ିଛି । ଆତ୍ମହତ୍ୟା ପାଇଁ ଯୋଜନା କରୁଥିବା ଅପ୍ରାପ୍ତ ବୟସ୍କଙ୍କ ମଧ୍ୟରେ କିଶୋରୀଙ୍କ ସଂଖ୍ୟା କିଛି ବର୍ଷ ଭିତରେ ୧୨ ପ୍ରତିଶତ ଅଧିକ ବଢିଛିି ।

ଏହାସହ ବିଶେଷଜ୍ଞମାନେ କହିଛନ୍ତି, ଗତ ୫ ବର୍ଷ ଭିତରେ କିଶୋରଜୀବନରେ ଅଧିକ ପରିବର୍ତ୍ତ ଆସିଛି । ଆଜିକାଲି କିଶୋରୀମାନେ ଅଧିକା ସମୟ ସ୍ମାର୍ଟ ଫୋନ ଏବଂ ଇଂଟରନେଟରେ ସମୟ ବିତାଉଛନ୍ତି । ଏହି ଡିଜିଟାଲ ଡିଭାଇସର ନକାରତ୍ମକ ପ୍ରଭାବ କାରଣରରୁ ହିଁ କିଶୋରୀମାନେ ମାନସିକ ବିସାଦ ରେ ଶିକାର ହେଉଛନ୍ତି । ଯାହାଫଳରେ କିଶୋରୀଜୀବନରେ ଆତ୍ମହତ୍ୟା ଅଧିକ କରୁଛନ୍ତି ।