ବାତ୍ୟା ପରେ ପିପିଲିରେ ବଂଚିବା ପାଇଁ ଚାଲିଛି ସଂଘର୍ଷ । ଧୂଆଁ ଭିତରେ ରୋଷେଇ କରୁଛନ୍ତିି ଲୋକେ ସେପଟେ ମାଟିରେ ମିଶି ଯାଇଛି ଅଧିକାଂଶ ଶିକ୍ଷାନୁଷ୍ଠାନ

ଫୋନି ପରେ ପିପିଲି ଅଂଚଳ ହୋଇଯାଇଛି ଧ୍ୱସ୍ତବିଧ୍ୱସ୍ତ

104

କନକ ବ୍ୟୁରୋ : ଫୋନି ପରେ ପିପିଲି ଅଂଚଳ ହୋଇଯାଇଛି ଧ୍ୱସ୍ତବିଧ୍ୱସ୍ତ । ଲୋକଙ୍କ ପାଖରେ ଏବେ ବି ମୌଳିକ ସୁବିଧା ପହଂଚିପାରିନାହିଁ । ଫୋନିରେ ପିପିଲି ଦାଣ୍ଡମୁକୁନ୍ଦପୁର, ମଙ୍ଗଳପୁର, ପିପିଲି ପୌରାଂଚଳ ଭିତରେ ଥିବା ସ୍କୁଲ ଓ କଲେଜ ଭାଙ୍ଗିଯାଇଛି । ଛାତ ଓ ଛପର ଉଡିବା ସହ ଅନେକ ସ୍ଥାନରେ କାନ୍ଥ ଭାଙ୍ଗି ମାଟିରେ ମିଶିଯାଇଛି । ଛାତ୍ରଛାତ୍ରୀଙ୍କ ଅନେକ କାଗଜପତ୍ର ନଷ୍ଟ ହୋଇଯାଇଛି । ପିପିଲି ମହିଳା କଲେଜ ମାଟିରେ ମିଶିଯାଇଛି ।

 

ଅନ୍ୟପଟେ ସ୍ଥାନୀୟ ଅଂଚଳର ଲୋକେ ଭଙ୍ଗା ସ୍କୁଲ ଓ କଲେଜରେ ଆଶ୍ରୟ ନେଇଛନ୍ତି । ସେମାନଙ୍କ ନିକଟରେ ରିଲିଫ ଏ ଯାଏଁ ପଂହଚିପାରିନାହିଁ । ପାଣି ଓ ଖାଦ୍ୟ ପାଇଁ ସଂଘର୍ଷ ଚାଲିଛି । ଯଦିଓ ଜୀବନଯାତ୍ରାକୁ ସ୍ୱାଭାବିକ କରିବାକୁ ପ୍ରଶାସନ ଉଦ୍ୟମ ଚଳାଇଛି ତାସତ୍ୱେ ଲୋକେ ବଂଚିବାକୁ ସଂଘର୍ଷ କରୁଛନ୍ତି । ଏବେ ଖରାଛୁଟି ହୋଇଥିଲେ ବି ସ୍କୁଲ ଓ କଲେଜଗୁଡିକର ମରାମତି କେବେ ହେବ ସେ ନେଇ ସମସ୍ତଙ୍କ ମନରେ ଆଶା ଓ ଆଶଙ୍କା ସୃଷ୍ଟି ହୋଇଛି ।