ମହଙ୍ଗା ପଡିପାରେ ମୋବାଇଲ୍ ଫୋନ୍ ବ୍ୟବହାର ! ଅନେକ ସମୟ ଧରି ସ୍ମାର୍ଟଫୋନ ବ୍ୟବହାର କଲେ ହୋଇଥାଏ ସାଂଘାତିକ ରୋଗ ।

53

ବିଶେଷ ଟେକ୍ନୋଲୋଜି ଓ ମୋବାଇଲ ବ୍ୟବହାର ଯଦିଓ ଆମର ଅନିବାର୍ଯ୍ୟ ଆବଶ୍ୟକତା ଗୁଡିକ ମଧ୍ୟରେ ସାମିଲ,  କିନ୍ତୁ ଏହାକୁ ଆମ  ଆବଶ୍ୟକ ଓ ସୁବିଧା ଅନୁଯାୟୀ ବ୍ୟବହାର କରିବା ପରିବର୍ତ୍ତେ ଆମେମାନେ ଏହା ପଛରେ ରାତିଦିନ ପଡି ରହୁଥାଉ । ଯାହା ଫଳରେ ଆମକୁ ଶାରିରୀକ ସହ ମାନସିକ ରୋଗର ମଧ୍ୟ ଶିକାର ହେବାକୁ ପଡିଥାଏ । ଏହା ଦ୍ୱାରା ଆମର ନିଦ୍ରାହାନି ଘଟିଥାଏ । ଆମକୁ କୌଣସି କଥା ଦୀର୍ଘ ସମୟ ଧରି ମନେ ରୁହେନି, ଅର୍ଥାତ୍ ଆମ ଭିତରେ ଭୁଲି ଯିବାର ରୋଗ ଦେଖାଯାଇଥାଏ । ଛୋଟ ପିଲା ଓ କିଶୋର ମାନଙ୍କ ପାଇଁ ଏହା ଅଧିକ ଘାତକ ହୋଇଥାଏ । ତେବେ ଆସନ୍ତୁ ଜାଣିବା  ମୋବାଇଲ ବର୍ତ୍ତମାନ ସମୟରେ କଣ ପାଇଁ ଦିନକୁ ଦିନ ବଡ ସମସ୍ୟା ହେବାରେ ଲାଗିଛି ଆଉ ଏହାର ସମାଧାନ ପାଇଁ ପଦକ୍ଷେପ କଣ ?

ବିଶେଷଜ୍ଞଙ୍କ କହିବାନୁଯାୟୀ ଦୀର୍ଘ ସମୟ ଧରି ମୋବାଇଲ ବ୍ୟବହାର କରିବା ଦ୍ୱାରା ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇଥାଏ । ବିଶେଷ କରି ୩-୪ ବର୍ଷର ଛୋଟ ପିଲା ମାନେ ମୋବାଇଲ ଓ ଟ୍ୟାବଲେଟ ବହୁ ସମୟ  ଧରିବା ଫଳରେ ସେମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ରାତିରେ ବହୁ ସମୟ ଧରି ମୋବାଇଲ ସ୍କ୍ରିନ୍ ଦେଖିବା ଫଳରେ ଆଖି ଉପରେ ଏହାର ପ୍ରଭାବ ପଡିଥାଏ । ଆଜିକାଲି ଏହି କାରଣରୁ ଅଧିକାଂଶ ଲୋକଙ୍କ ନିକଟରେ ଆଖି ସମସ୍ୟା ଦେଖାଯାଉଛି । ସଠିକ୍ ପରିମାଣରେ ନ ଶୋଇବା ହେତୁ ଆମକୁ ଅନେକ ରୋଗ ହୋଇଥାଏ । କେବଳ ସେତିକି ନୁହେଁ କୌଣସି କାମରେ ସଠିକ୍ ଭାବରେ ମନ ଲାଗି ପାରେନି, ଆମେ ଏକ ପ୍ରକାର ବିରକ୍ତିଭାବ ଅନୁଭବ କରିଥାଉ ।

ଡାକ୍ତରଙ୍କ କହିବାନୁଯାୟୀ ବେଳେବେଳେ ଆମେ ଥକି ଯାଇଥାଉ, ଶରୀର ବିଶ୍ରାମ ନେବାକୁ ଚାହୁଁଥିବା ବେଳେ ତଥାପି ଆମେ ନ ଶୋଇ ମୋବାଇଲ ପଛରେ ମାତିଥାଉ । ଏହା କେବଳ ପିଲାମାନଙ୍କ କ୍ଷେତ୍ରରେ ନୁହେଁ ବଂର ସେମାନଙ୍କ ଅଭିଭାବକ ମାନଙ୍କ କ୍ଷେତ୍ରରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥାଏ ।  ଯେଉଁମାନେ ରାତିରେ ଶୋଇବା ସମୟରେ ଲାଇଟ୍ ବନ୍ଦ ହୋଇଥିଲେ ମଧ୍ୟ ଚାଟିଙ୍ଗ, ଭିଡିଓ ଆଦି ଦେଖିବାରେ ବ୍ୟସ୍ତ ଥାନ୍ତି । ଏହି କାରଣରୁ ସ୍କ୍ରିନରୁ ବାହାରୁଥିବା ଲାଇଟ୍ ସିଧାସଳଖ ଆସି ଆଖିରେ ପଡିଥାଏ ଓ ଆଖି ସମସ୍ୟା ଦେଖାଦେଇଥାଏ । ଏଥିପାଇଁ ପିଲାମାନଙ୍କୁ ସ୍ମାର୍ଟଫୋନ୍ ଓ ଅନ୍ୟ ଡିଭାଇସ୍ ସୀମିତ ସମୟ ପାଇଁ ବ୍ୟବହାର କରିବା ଉଚିତ୍ ଓ ସେହିପରି ଅଭିଭାବକଙ୍କୁ ମଧ୍ୟ ଏହା ଉପରେ କମ୍ ସମୟ ବିତାଇବା ଆବଶ୍ୟକ ।