ସରୁଛି ସମୟ ସରୁନିି ଯନ୍ତ୍ରଣା ! ଏବେ ବି ହନ୍ତସନ୍ତ କରୁଛି ନଗଦ ଟଙ୍କାର ଅଭାବ

24

କନକ ବ୍ୟୁରୋ : ବିମୁଦ୍ରାକରଣର ୫୦ ଦିନ ପୁରିବାକୁ ଆଉ ଦୁଇ ଦିନ । ସମସ୍ତଙ୍କ ଆଶା ଏହାପରେ ସ୍ଥିତି ସୁଧୁରିଯିବ । ଟଙ୍କା ପାଇଁ ଆଉ ହେବନି ଟେନସନ୍ । ହଟିଯିବ ଟଙ୍କା ଉଠାଣ କଟକଣା । ତେବେ ଲୋକଙ୍କ ସମସ୍ୟା ହୁଏତ ଏତେ ଶୀଘ୍ର ସୁଧୁରିନପାରେ । କାରଣ ଏବେବି ଲୋକଙ୍କ ଆବଶ୍ୟକ ମୁତାବକ ଟଙ୍କା ଛପା ହୋଇପାରୁନି । ବର୍ତ୍ତମାନ ସମୟରେ ବ୍ୟାଙ୍କ ଗୁଡିକ ସପ୍ତାହକୁ ୨୪ ହଜାର ଟଙ୍କା ଯୋଗାଇବାକୁ ବି ଅସମର୍ଥ ।

ବିମୁଦ୍ରାକରଣ ଘୋଷଣାର ୪୮ ଦିନ ପୁରିଲାଣି । ହାତରେ ଆଉ ମାତ୍ର ଦୁଇ ଦିନ । ହେଲେ ସମସ୍ୟା ଯେଉଁଠି କି ସେଇଠି । ନା ବ୍ୟାଙ୍କରେ ପର୍ଯ୍ୟାପ୍ତ ଟଙ୍କା ଅଛି ନା ଏଟିଏମରେ । ସବୁଠୁ ଅଧିକ କଷ୍ଟ ଦେଉଛି ୨ ହଜାରର ବଡ ନୋଟ୍ ।

ଛୋଟ ଦୋକାନରୁ ସୁପର ମାର୍କେଟ୍ । ବସ୍ ଷ୍ଟପ୍ , ରେଳ ଷ୍ଟେସନ ସବୁଠି ଖୁଚୁରା ଚିନ୍ତା । ସମୟ ସହ ଲୋକେ ଭାବିଥିଲେ ଅଭାବ ଦୂର ହୋଇଯିବ । ମାନ୍ଦା ବଜାର ଚଳଚଂଚଳ ହେବ । ତେବେ ଘୋଷଣାର ଏତେ ଦିନ ପରେ ବି ଅବସ୍ଥା ସଂଗୀନ ।