ଜରୁରୀ ଖବର : ଆଧାର ଏବଂ ପାସପୋର୍ଟକୁ ନେଇ ଆଜି ଠାରୁ ଲାଗୁ ହେବ ଏହି ନୁଆ ବ୍ୟବସ୍ଥା, ଜାଣନ୍ତୁ କ’ଣ

41

ଆଜି ଠାରୁ ଜୁନ୍ ମାସ ଆରମ୍ଭ । ୧ ଜୁନ୍ ରୁ ହିଁ କିଛି ଟା ନିୟମ ବଦଳିବ ବା ନୂଆ ନିୟମ ଲାଗୁ ହେବାର ଅଛି । ଜାଣନ୍ତୁ ଏହା ବିଷୟରେ –

ଆଧାର ନମ୍ବର ଦେବାର ଆବଶ୍ୟକତା ନାହିଁ : ଆଜିି ଠାରୁ ଆପଣଙ୍କୁ ନିଜର ୧୨ ଅଙ୍କ ବିଶିଷ୍ଟ ଅଧାର ନମ୍ବର କହାକୁ ଦେବାର ଆବଶ୍ୟକତା ନାହିଁ । ଏହା ପରିବର୍ତ୍ତେ ଏକ ଭାର୍ଚୁଆଲ ନମ୍ବର ଜେନେରେଟ୍ କରିପାରିବେ, ଯେଉଁଥିରେ ଆପଣ ଯେକୈାଣସି ପ୍ରକାରର ସରକାରୀ ଭେରିଫିକେସନ କରିପାରିବେ । ଆଧାର ନମ୍ବର ଦେଲେ ବ୍ୟକ୍ତିଗତ ତଥ୍ୟ ଉଜାଗର ହେବାର ବିପଦ ଥାଏ ।

ଆଧାର ନମ୍ବର ଜାରି କରୁଥିବା ସଂସ୍ଥା ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ(ୟୁଆଇଡିଏଆଇ) ଭାର୍ଚୁଆଲ ଆଇଡି ବନାଇବା ପାଇଁ ବିଟା ସଂସ୍କରଣ ଲଂଚ କରିଦେଇଛି । ୧ଜୁନ୍, ୨୦୧୮ରୁ କୈାଣସି ବି ପ୍ରକାରର ସେବା ପ୍ରଦାନ କରୁଥିବା ସଂସ୍ଥା ଆଧାର ନମ୍ବରର ସ୍ଥାନରେ ଏହି ଭାର୍ଚୁଆଲ ଆଇଡି କୁ ସ୍ୱୀକାର କରିବେ ।

ଠିକଣାର ପ୍ରମାଣ ପାସପୋର୍ଟରେ ସାମିଲ ହେବନି : ବିଦେଶ ମନ୍ତ୍ରଣାଳୟର ଗାଇଡ ଲାଇନ ଅନୁସାରେ, ୧ଜୁନ୍ ରୁ ପାସପୋର୍ଟ ବୁକଲେଟ୍ ର ଶେଷ ପୃଷ୍ଠାରେ ଠିକଣାର ସବିଶେଷ ତଥ୍ୟ ରହିବନି । ଏହି ସ୍ଥାନରେ ଏକ ବାରକୋଡ୍ ହେବ, ଯାହାକୁ ସ୍କାନ କରି ଅଧିକାରୀ ଆବଶ୍ୟକୀୟ ତଥ୍ୟ ଜାଣିପାରିବେ । ଏହି ତଥ୍ୟ ପାସପୋର୍ଟ ବୁକଲେଟ୍ର ନୂଆ ସିରିଜରେ ଥିବ । ଯେ ପର୍ଯ୍ୟନ୍ତ ରିଜିଓନାଲ ପାସପୋର୍ଟ ଅଫିସ ପାଖରେ ପୁରୁଣା ବୁକଲେଟ୍ ମହଜୁଦ୍ ଥିବ, ସେପର୍ଯ୍ୟନ୍ତ ଶେଷ ପୃଷ୍ଠାରେ ଠିକଣା ଲେଖାଯିବ । କିନ୍ତୁ ଏହାକୁ ଏବେ ଠିକଣାର ପ୍ରମାଣ ହିସାବରେ ବ୍ୟବହାର କରାଯାଇପାରିବନି ।