ବିଜୁଳି ବିଲ୍ ନେଇ ତଥ୍ୟ ରଖିଲେ ସରକାର : ୮୭୨ କୋଟି ଟଙ୍କା ଶୁୁଝୁନି ଇମ୍ଫା

28

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେଡି ସାଂସଦଙ୍କ ପାରିବାରିକ କମ୍ପାନୀଠାରୁ ସରକାର, ବିଦ୍ୟୁତ ଶୁଳ୍କ ବାବଦରେ ୮୭୨ କୋଟି ଟଙ୍କା ପାରିପାରୁ ନାହାଁନ୍ତି । ଆଜି ଏନେଇ ବିଧାନସଭାରେ ତଥ୍ୟ ରଖିଛନ୍ତି ସରକାର । କୋର୍ଟଙ୍କ ରହିତାଦେଶ କାରଣରୁ ଏହି ଟଂକା ଆଦାୟ କରାଯାଇପାରୁନାହିଁ । ଆଇସିସିଏଲ୍-ଇମ୍ପାଠାରୁ ୮୭୨ କୋଟି ଟଂକା ବକେୟା ରହିଥିବା ନେଇ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ସୂଚନା ଦେଇଛନ୍ତି । ଇମ୍ପା ସହ ନାଲକୋ ଓ ରାଉରକେଲା ଷ୍ଟିଲ ପ୍ଲାଂଟ ଉପରେ ମଧ୍ୟ ବକେୟା ଦେୟ ପଡିରହିଛି ।