ଚଳିତ ବର୍ଷ ସ୍ୱଭାବିକ ଠାରୁ ଅନୁଭୂତ ହେବ କମ୍ ଶୀତ ! ଭାରତୀୟ ପାଣିପାଗ ବିଭାଗର ସୂଚନା

86

ସବୁ ବର୍ଷ ପରି ଏବର୍ଷ ଶୀତ ଅନୁଭୂତ ହେବ ନାହିଁ । ଡିସେମ୍ବର ପର୍ଯ୍ୟନ୍ତ ଅଧିକ ଥଣ୍ଡା ପଡ଼ିବ ନାହିଁ । ଅକ୍ଟୋବର ଓ ନଭମ୍ବରରେ ଦିନରେ ତାପମାତ୍ରା ଅଧିକ ରହିବ । ଜାନୁଆରୀ ମାସଠାରୁ ସ୍ୱଭାବିକ ଶୀତ ଅନୁଭୂତ ହେବ । ଏବେ ତାପମାତ୍ରା ଯେପରି ରହିଛି ଡିସେମ୍ବର ମାସ ପର୍ଯ୍ୟନ୍ତ ସେହିପରି ତାପମାତ୍ରା ରହିବ । El Nino ପ୍ରଭାବ ଯୋଗୁଁ ଏଥର ଭାରତରେ ଶୀତଋତୁ ଅପେକ୍ଷାକୃତ ସାମାନ୍ୟ ଉଷ୍ମ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

winter

El Nino ପ୍ରକ୍ରିୟା  ପ୍ରଶାନ୍ତ ମହାସାଗରରେ ଧୀରେ ଧୀରେ ସୃଷ୍ଟି ହେଉଥିବା କାରଣରୁ ଜୁନ୍ ଶେଷ ସପ୍ତାହରୁ ସେପ୍ଟେମ୍ବର ମାସ ମଧ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି । ତେବେ ଏହି ଋକ୍ଷ ଘସଦ୍ଭକ୍ଟ ଧୀରେ ଧୀରେ ଆରବସାଗର ଆଡକୁ ଅଗ୍ରସର ହେବାର ସମ୍ଭାବନା ଥିବାରୁ ଏହାର ପ୍ରଭାବରେ ଏଥର ଭାରତରେ ଶୀତଋତୁ ସ୍ୱାଭାବିକ ଠାରୁ ଉଷ୍ମ ରହିବ। El Nino ବିକିରଣ କାରଣରୁ ମହାସାଗରର ପାଣି ଅପେକ୍ଷାକୃତ ଉଷ୍ମ ହୋଇଯିବ ।

winter

ତେବେ ସ୍ୱାଭାବିକ ଠାରୁ କେତେ ଅଧିକ ତାପମାତ୍ରା ତାହାର କୌଣସି ସ୍ପଷ୍ଟୀକରଣ ନାହିଁ । ଏ ନେଇ ନଭେମ୍ବର ମାସରେ ପୂର୍ବାନୁମାନ କରାଯିବ ବୋଲି ସୂଚନା ମିଳିଛି । ଗତ ବର୍ଷର ସ୍ୱାଭାବିକ ଶୀତ ଋତୁ ଠାରୁ ଏବର୍ଷ ଶୀତ ଋତୁ ସାମାନ୍ୟ ଉଷ୍ମ ରହିବ । ଜଣେ ପାଣିପାଗଭ ବିଶେଷଜ୍ଞ ଡିଏସ ପାଇ କହିଛନ୍ତି, El Nino ଏକ ସ୍ୱାଭାବିକ ପ୍ରାକୃତିକ ପ୍ରକ୍ରିୟା । ଏହା ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ଦାନା ବାନ୍ଧି ନାହିଁ। ଏହା ଧୀରେ ଧୀରେ ଦାନା ବାନ୍ଧୁଛି । ଥରେ ଏହା ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଗଲା ପରେ ଏହାର ପ୍ରଭାବ ଭାରତରେ ନଭେମ୍ବର ଓ ଡିସେମ୍ବର ମାସର ଶୀତ ଉପରେ ପଡ଼ିବ ।