ଆଇଏମସିଟିର ଦେଶାତ୍ମବୋଧକ କାର୍ଯ୍ୟକ୍ରମ : ୨୫ ହଜାର ଛାତ୍ରଛାତ୍ରୀଙ୍କ ସମବେତ ବନ୍ଦେ ମାତରମ ସଂଗୀତ ଗାନ

62

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓୟୁଏଟି ଷ୍ଟାଡିୟମରେ ଆଇଏମସିଟି ପକ୍ଷରୁ ଦେଶାତ୍ମବୋଧକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଭଏସ ଅଫ ୟୁନିଟି କାର୍ଯ୍ୟକ୍ରମରେ ପାଖାପାଖି ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ବନ୍ଦେ ମାତରମ ସଂଗୀତ ଗାନ କରିଛନ୍ତି । ଓୟୁଏଟି ଷ୍ଟାଡିୟମରେ ଫାଉଣ୍ଡେସନର ରାଜ୍ୟ ସଭାପତି ଡକ୍ଟର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦେଶପ୍ରେମର ଶପଥ ପାଠ ମଧ୍ୟ କରାଯାଇଥିଲା । ପ୍ରଖ୍ୟାତ ସଂଗୀତଜ୍ଞ ଶ୍ରୀ ଲକ୍ଷ୍ମାକାନ୍ତ ପାଲିତ ଓ ସାଥୀଙ୍କ ଦ୍ୱାରା ଦେଶାତ୍ମବୋଧ ସଂଗୀତ ପରିବେଷଣ କରାଯାଇଛି ।

ନ୍ୟୁଜ ସହିତ ଦେଖନ୍ତୁ ଏହି ଭିଡିଓ :