ଖସିଲା ଇଲିଶି ଭାଉ ! ଅଢେଇ ହଜାରରୁ ଦର ଖସି ସିଧା ଅଢେଇ ଶହ

53

କନକ ବ୍ୟୁରୋ: ଇଲିଶି ବଜାରରେ ଏବେ ଗହଳ ଚହଳ । କାରଣ ୩ ଦିନ ତଳେ ଇଲିଶି ମାଛ କେଜି ପ୍ରତି ଅଢେଇ ହଜାର ଟଙ୍କା ବିକ୍ରି ହେଉଥିଲା । ହେଲେ ଏବେ ଅଢେଇ ଶହ ରୁ ୩୦୦ ଟଙ୍କାକୁ ଖସି ଆସିଛି । ଏନେଇ ଟ୍ରାଫିକ ଜାମ ମଧ୍ୟ ହୋଇଥିଲା ।

ପାରାଦୀପ ବାଲିପ୍ଲଟରେ ବହୁ ସଂଖ୍ୟାରେ ଲୋକେ ଇଲିଶି ମାଛ କିଣୁଥିବା ଦେଖିବାକୁ ମିଳିଛି । କଳାକାରଖାନାର ପ୍ରଦୁଷିତ ପାଣି ଯୋଗୁଁ ଇଲିଶି ମାଛ ମୁହାଁଣ ମୁହାଁ ହେଉନଥିଲେ । କିନ୍ତୁ ୨ ରୁ ୩ ଦିନ ହେଲା ଅଧିକ ପରିମାଣରେ ଇଲିଶି ସମୂଦ୍ରରୁ ଧରାଯିବା ପରେ ଏହାର ଦାମ କମି ଯାଇଥିବା ଜଣାପଡିଛି । ପ୍ରଚୁର ପରିମାଣର ଇଲିଶି ମାଛ ଯୋଗୁଁ ବ୍ୟବସାୟୀ ମାନେ ବେଶ୍ ଉତ୍ସାହିତ ହୋଇପଡିଛନ୍ତି ।