ଓଡିଶାରୁ ଆନ୍ଧ୍ରକୁ ହେଉଛି ଗୋ-ଚାଲାଣ : ମାଲକାନଗିରି ସୀମା ସିଲେରୁ ନଦୀପାର କରି ଚାଲିଛି ବେପାର୍, ସବୁ ଜାଣି ଚୂପ ବସିଛି ପ୍ରଶାସନ

78

କନକ ବ୍ୟୁରୋ: ଗୋ-ଚାଲାଣକୁ ନେଇ କେବଳ ରାଜ୍ୟ ନୁହଁ ବରଂ ଜାତୀୟ ସ୍ତରରେ ଲାଗି ରହିଛି ବାଦ ବିବାଦ । ତଥାପି ଗୋ-ଚାଲାଣ ଥମୁନି । ମାଲକାନଗିରି ଜିଲ୍ଲାରେ ଚାଷ ନାଁରେ ପ୍ରତି ଦିନ ସହ ସହ ଗାଇ-ଗୋରୁ ପଡୋଶୀ ରାଜ୍ୟର କଂଶେଇଖାନାକୁ ଚାଲାଣ କରାଯାଉଛି । ନିୟନ୍ତ୍ରୀତ ବଜାର କମିଟି ମାଧ୍ୟମରେ ଗୋରୁ କିଣି କେମିତି ସବୁ ନିୟମକୁ-ଫୁ କରି ଦଲାଲମାନେ ଓଡିଶା ଠାରୁ ଆନ୍ଧ୍ରର କନସେଇ ଖାନାକୁ ପହଁଚାଉଛନ୍ତି ତାହା ଜାଣିଲେ ଆପଣ ଆଶ୍ଚଯ୍ୟ ହେବେ । ଶହ ଶହ କିଲୋମିଟର ପାଦ ଚଲା ରାସ୍ତା ଅତିକ୍ରମ କରି ଆନ୍ଧ୍ର ଓଡିଶା ସିଲେରୁ ନଇ ଭିତରୁ କିପରି ଗୋରୁ ଚାଲାଣ ହୁଏ ତାହାର ଏକ୍ସକ୍ଲୁସିଭ ରିପୋର୍ଟ ଏବେ କନକ ନ୍ୟୁଜ ହାତରେ ଲାଗିଛି । ପଢନ୍ତୁ ଗୋ ଚାଲାଣକୁ ନେଇ କନକ ନ୍ୟୁଜର ବିଶେଷ ରିପୋର୍ଟ “ଗାଈର ଆତ୍ମ କାହାଣୀ ’’..

ଦେଖନ୍ତୁ ଏହି କରୁଣ ଚିତ୍ରକୁ, ଆନ୍ଧ୍ର କଂସେଇଖାନାକୁ ଗୋ-ଚାଲାଣର ଚିତ୍ର । ଓଡିଶା ସୀମାନ୍ତବର୍ତୀ ମାଲାକନଗିରି ସହର ଉପକଣ୍ଠ ଏମ.ଭି -୧୧ ସରକାରୀ ଗୋରୁ ବଜାରରୁ ଗୋରୁ କିଣି ଆନ୍ଧ୍ର-ଓଡିଶା ସୀମାରେ ଥିବା ସିଲେରୁ ନଦୀ ଭିତରେ ଛାଡି ଦେଇଛନ୍ତି ଦଲାଲ । ଗୋଟିଏ ଲେଖାଏ ଦୌଡିରେ ଦୁଇ ତିନୋଟି ଲେଖା ଗାଇ ଗୋରୁଙ୍କୁ ବାନ୍ଧି କେତେବେଳେ ନଦୀର ଅଥଳ ଜଳରାଶିର ପହଁରେଇ ପହଁରେଇ ନିଅନ୍ତି ତ ଆଉ କେତେବେଳେ ଡଙ୍ଗାରେ ଗୋଡ ବାନ୍ଧି ପକାଇ ଦିଅନ୍ତି ।

ପ୍ରତି ଶୁକ୍ରବାର ଅପରାହ୍ନରେ ମାଲକାନଗିରି ଛାଡି ଭୋର ଭୋରୁ ଦଲାଲ, ଗାଇଗୋରୁଙ୍କୁ ଘଂଚ ଜଙ୍ଗଲ ଭିତରେ ଥିବା କର୍ସନପାଲି ହାଟକୁ ଆଣିଥାନ୍ତି । ରାଜ୍ୟର ଅନେକ ଥାନା ଓ ଫାଣ୍ଡି ଦେଇ ୧୨୦ କିଲୋମିଟର ଜଙ୍ଗଲ ଓ ୩୨୬ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରି ଗୋରୁ ହାଟରେ ପହଂଚିବା ପରେ ଆନ୍ଧ୍ର ଦଲାଲମାନେ, ଓଡିଶା ଦଲାଲଙ୍କ ଠାରୁ କିଣି ନେଇଥାନ୍ତି । ତେବେ କର୍ସନପାଲି ହାଟରେ କିଭଳି ହୁଏ ଗୋରୁ ବେପାର, ଆଉ କିଭଳି ଦୟନୀୟ ଅବସ୍ଥାରେ ହୁଏ ଗୋଚାଲାଣ, ତାର ସ୍ଥିତି ପରଖିଥିଲା ଆମ ଟିମ୍ ।

୧. ଓଡିଶା ଗୋ-ହତ୍ୟା ଆଇନ୍ ୧୯୬୦ ଧାରା ୧୧ ଅନୁସାରେ କଂସେଇଖାନାକୁ ନିଆଯାଉଥିବା ଗାଈଗୋରୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ

୨. କୌଣସି ଅସାଧ୍ୟ ରୋଗରେ ପୀଡିତ କିମ୍ବା ଅକର୍ମଣ୍ୟ କି ତାର ପରୀକ୍ଷା କରାଯିବ

୩. ଅସୁସ୍ଥତା ନେଇ ପଶୁ ଚିକିତ୍ସା ଅଧିକାରୀ ପ୍ରମାଣପତ୍ର ଦେବା ପରେ କଂସେଇଖାନାକୁ ପଠାଯାଇପାରିବ

୪. ପ୍ରତି ତିନି କିଲୋମିଟର ବ୍ୟବଧାନରେ ଗାଇଗୋରୁଙ୍କ ପାଇଁ ଅସ୍ଥାୟୀ ବିଶ୍ରାମାଗାର ରହିବ

୫. ପ୍ରତି ଗାଈ ଗୋଠରେ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ରହିବା ଜରୁରୀ

ତେବେ ଏସବୁ ଆଇନକୁ ଫୁ କରି ମାଲକାନଗିରିରୁ ଆନ୍ଧ୍ର କଂସେଇଖାନାକୁ ଗୋ-ଚାଲାଣ ହେଉଥିବା ଅଭିଯୋଗ ହୋଇଛି ।