ଦେଶର ରାଜଧାନୀର ଛାତି ଉପରେ ବେଆଇନ ଭାବେ ନିର୍ମାଣ ହେଉଥିଲା ଘାତକ ଅସ୍ତ୍ରଶସ୍ତ୍ର । ଦୀର୍ଘବର୍ଷ ପରେ କ୍ରାଇମବ୍ରାଞ୍ଚ ରାଡାରରେ ଧରାପଡିଲା ଅଭିଯୁକ୍ତ 

209

ଦେଶର ରାଜଧାନୀ ଦିଲ୍ଲୀର ଛାତି ଉପରେ ହେଉଥିଲା ବେଆଇନ ଅସ୍ତ୍ରଶସ୍ତ୍ର ନିର୍ମାଣ । ବେଆଇନ କାର୍ବାଇନ ଫ୍ୟାକ୍ଟ୍ରିରେ ପ୍ରସ୍ତୁତ ହେଉଥିଲା ଘାତକ ଅସ୍ତ୍ରଶସ୍ତ୍ର । ଆଉ ଏହି ବେଆଇନ ଫ୍ୟାକ୍ଟ୍ରିର ପର୍ଦ୍ଦାଫାଶ କରିଛି ଦିଲ୍ଲୀ କ୍ରାଇମବ୍ରାଞ୍ଚ । କରାବଳ ନଗରରେ ଥିବା ଏହି ବେଆଇନ ଫ୍ୟାକ୍ଟ୍ରିରୁ ବହୁଳ ମାତ୍ରାରେ ଗୁଳି ତିଆରି ହେଉଥିବା ସାମଗ୍ରୀ  ଓ ଅନ୍ୟ ଅସ୍ତ୍ରଶସ୍ତ୍ର ନିର୍ମାଣ କରାଯାଉଥିବା ସାମଗ୍ରୀ ଜବତ କରିଛି । ଆଉ ଏହି ବେଆଇନ ଅସ୍ତ୍ରଶସ୍ତ୍ର ନିର୍ମାଣ ପଛର ମାଷ୍ଟରମାଇଣ୍ଡ ଇଳବାଲକୁ ମଧ୍ୟ ଗିରଫ କରିଛି କ୍ରାଇମବ୍ରାଞ୍ଚ ।

କ୍ରାଇମବ୍ରାଞ୍ଚ ଡିସିପି ଗୋପାଳ ନାୟକଙ୍କ କହିବା ମୁତାବିକ, ବେଆଇନ ଅସ୍ତ୍ରଶସ୍ତ୍ର ନିର୍ମାଣ କାରବାର ହେଉଥିବା ନେଇ ତାଙ୍କୁ ଗତ ୨୭ ତାରିଖରେ ସୂଚନା ମିଳିଥିଲା । ଆଉ ଏହି ସୂଚନା ଆଧାରରେ ଇଳବାଲ ନାମକ  ବ୍ୟକ୍ତିକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଆଉ ଏହାସହ ଗୋଟିଏ କାର୍ବାଇନ, ପିସ୍ତଲ ଜବତ କରିଥିଲା ପୋଲିସ । ଆଉ ଇଳବାଲକୁ ପଚରାଉଚରା ସମୟରେ ବେଆଇନ ଫ୍ୟାକ୍ଟ୍ରି ବିଷୟରେ ଜାଣିବାକୁ ପାଇଥିଲା କ୍ରାଇମବ୍ରାଞ୍ଚ ।  ଆଉ ଫ୍ୟାକ୍ଟ୍ରି ଉପରେ ଚଢାଉ କରି ଆଉ ଏକ କାର୍ବାଇନ, ୨ ସେମିର ଅଟୋମେଟିକ ପିସ୍ତଲ ଓ ୩ଟି ଦେଶୀ ବନ୍ଧୁକ ଜବତ କରିଥିଲା । ଏହାଛଡା ଫ୍ୟାକ୍ଟ୍ରି ମଧ୍ୟରେ ବହୁଳ ମାତ୍ରାରେ ଗୁଳି ପ୍ରସ୍ତୁତ କରାଯାଉଥିବା ବେଆଇନ ସାମଗ୍ରୀ ମିଳିଥିଲା ।

ଗିରଫ ହୋଇଥିବା ଇକବାଲର କହିବା ଅନୁଯାୟୀ, ସେ ତାଙ୍କ ବାପାଙ୍କ ଠାରୁ ବନ୍ଧୁକ ନିର୍ମାଣ କରିବାର କଳା ଶିଖିଥିଲା । ୧୯୯୫ ମସିହାରୁ ସେ ଏହି ବେଆଇନ ଧନ୍ଧା କରି ଆସୁଥିଲା । ତେବେ ୨୦୧୪ ସମୟରେ ଯେତେବେଳେ ସେ ଜେଲ ଯାଇଥିଲା ସେହି ଠାରୁ ହିଁ ଗ୍ରାହକ ଖୋଜିବା ଆରମ୍ଭ କରିଥିଲା । ୨୦୦୦ ମସିହାରେ ଦିଲ୍ଲୀକୁ ସିଫ୍ଟ ହୋଇଥିବା ଇକବାଲ ଏହି ବେଆଇନ ଫ୍ୟାକ୍ଟ୍ରି ଖୋଲିଥିଲା । ଆଉ ଫ୍ୟାକ୍ଟ୍ରି ଖୋଲିବାର କିଛି ଦିନ ମଧ୍ୟରେ ବଡ ବଡ ଅପରାଧୀ ମାନଙ୍କୁ ୨୫ରୁ ଅଧିକ କାର୍ବାଇନ, ୫୦ରୁ ଅଧିକ ସେମି ଅଟୋମେଟିକ ପିସ୍ତଲ ଓ ୧୦୦ରୁ ଅଧିକ ଦେଶୀ ବନ୍ଧୁକ ବିକ୍ରି କରିଥିବା ସ୍ୱୀକାର କରିଛି । ଗୋଟିଏ ଗୋଟିଏ କାର୍ବାଇନ ଲକ୍ଷେରୁ ଦେଢ ଲକ୍ଷ ଟଙ୍କାରେ ବିକ୍ରି କରୁଥିଲା ଇକବାଲ । କିନ୍ତୁ ପୋଲିସ ରାଡାରରେ ଆସୁନଥିଲା । ତେବେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଇକବାଲକୁ ଧରିବା ସହ ଏକ ବଡ ସଫଳତା ହାସଲ କରିଛି ।