ରାୟଗଡାରେ ବେଆଇନ ପଥର ଖାଦାନ ବିସ୍ଫୋରଣ । ଘର ଦ୍ୱାର ଭାଙ୍ଗିବା ସହ ଜନଜୀବନ ପ୍ରଭାବିତ । ହେଲେ ଭାଙ୍ଗୁନି ପ୍ରଶାସନର ନିଦ

ଜିଲ୍ଲାପାଳ, ଏସପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମବାସୀ

69

କନକ ବ୍ୟୁରୋ: ଗାଁକୁ ଲାଗି ରହିଛି ପଥର କୁଆରି । କୁଆରିରେ ବେଆଇନ ବିସ୍ଫୋରଣ କରି ପଥ ଫଟାଇବା କାରଣରୁ ଗ୍ରାମବାସୀ ଭୟଭୀତ ହେବା ସହ ଘର ମାନଙ୍କରେ ଫାଟ ସୃଷ୍ଟି ହେଉଛି । ତେବେ ଏଭଳି ଅଭିଯୋଗ ଆଣିଛନ୍ତି ରାୟଗଡା ଦିଲ୍ଲା ସାନ ସାର୍ଥିଲି ଗ୍ରାମବାସୀ ।

ରାୟଗଡା ଜିଲିଲା ବିଷମକଟକ ବ୍ଲକ ସାନ ସାର୍ତିଲ ଗାଁ ନିକଟରେ ଥିବା ପଥର କୁଆରିରେ ବାରମ୍ବାର ପତର ଫଟାଇବାକୁ ବିସ୍ଫୋରଣ କରାଯାଉଥିବାରୁ ଗ୍ରାମବାସୀଙ୍କ ଦ୍ୱାରା ବିରୋଧ କରାଯିବା ସହିତ ଜିଲ୍ଲାପାଳ, ଏସପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଗାଁଠାରୁ ମାତ୍ର ୨୦୦ମିଟର ଦୂରରେ ପଥର କୁଆରି ରହିଥିବା ବେଳେ ସେଥିରେ ବେଆଇନ ଭାବରେ ବିସ୍ପୋରଣ କରି ପଥର ଫଟା ଯାଉଛି, ଯାହାଦ୍ୱାରା ଗଛପତ୍ର ନଷ୍ଟ ଭ୍ରଷ୍ଟ ହେବା ସହ ବଡ ବଡ ପଥର ପଡି ଚାଷ ଜମି ସବୁ ନଷ୍ଟ ହୋଇଯାଉଛି ବୋଲି ଗାାଁଲୋକଙ୍କର ଅଭିଯୋଗ ରହିଛି । ଏପରିକି ଭୂମିରେ କଂପନ ଆସି ଘରର କାନ୍ଥ ସବୁ ଫାଟୁଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ସାନ ସାର୍ଥିଲି ଗାଁ ନିକଟରେ ଥିବା ସାର୍ଭେଲି ମୌଜା ଅନ୍ତର୍ଗତ ୫ ଏକର ପରିମିତ ଏକ ପଥର ଖାଦନକୁ ପି.ଶ୍ରୀନିବାସ ରାଓ ନାମକ ବ୍ୟକ୍ତିଙ୍କୁ ୨୦୧୮-୧୯ ରୁ ୨୦୨୨-୨୩ ପର୍ଯ୍ୟନ୍ତ ଲିଜ୍ ତହସିଲଦାର ବିଷମକଟକ ଦ୍ୱାରା ପ୍ରଦାନ କରାଯାଇଥିଲେ ସୁଦ୍ଧା ରାୟଗଡା ଏକ ମାଓପ୍ରବଣ ଜିଲ୍ଲା ହୋଇଥିବାରୁ କାହାରିକୁ ବ୍ଲାଷ୍ଟିଂ ପାଇଁ ଅନୁମତି ପ୍ରଦାନ କରାଯାଇନାହିଁ  । ତେବେ ସଂପୃକ୍ତ କ୍ରସର ମାଲିକ ପଥରରେ ଗାତ କରି ବେଆଇନ ବ୍ଲାଷ୍ଟିଂ ଜାରି ରଖିଥିବା ଗାଁଲୋକେ ଅଭିଯୋଗ ଆଣିଛନ୍ତି । ହେଲେ ତଦନ୍ତ ଜାରି ରହିଛି , ଖୁବ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ମୁନିଗୁଡା ଏସଡିପିଓ ସୂଚନା ଦେଇଛନ୍ତି ।