ଅନୁଗୁଳ: ଚାଂଗୁଡିଆ ଗାଁରୁ ବେଆଇନ ମହଜୁଦ ଗ୍ୟାସ ସିଲିଣ୍ଡର ଜବତ କଲା ଯୋଗାଣ ବିଭାଗ

21

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲାର ଚାଂଗୁଡିଆ ଗାଁରୁ ବେଆଇନ ଭାବେ ମହଜୁଦ କରି ରଖିଥିବା ୭୩ଟି ଗ୍ୟାସ ସିଲିଣ୍ଡରକୁ ଜବତ କରିଛି ଯୋଗାଣ ବିଭାଗ । ଚାଂଗୁଡିଆ ଗାଁର ସୁଧାକର ସାହୁଙ୍କ ଘରୁ ଗ୍ୟାସ ଭର୍ତ୍ତି ସିଲିଣ୍ଡର ଯୋଗାଣ ବିଭାଗ ଯବତ କରିଛି । ତେବେ ବିଜେଡି ଅଭିଯୋଗ କରିଛି ଯେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଜେପି ପକ୍ଷରୁ ଏହି ସିଲିଣ୍ଡର ରଖାଯାଇଥିଲା । ତେବେ ଏତେ ପରିମାଣର ଗ୍ୟାସ ସିଲିଣ୍ଡର କେଉଁଠୁ ଆସିଛି ସେ ନେଇ ତନାଘନା ଜାରି ରହିଛି ।