କଟକରେ ବିପୁଳ ପରିମାଣର ବାଣ ଜବତ । ୫୦ ଲକ୍ଷ ଟଙ୍କାର ବେଆଇନ୍ ବାଣ ସହ ବିସ୍ଫୋରକ ଜବତ, ୧୨ ଜଣଙ୍କୁ ଗିରଫ କଲା ଜଗତପୁର ପୋଲିସ

ଦୀପାବଳି ଆଗରୁ ବେଆଇନ୍ ବାଣ କାରବାର ରୋକିବାକୁ ପୋଲିସର କାର୍ଯ୍ୟାନୁଷ୍ଠାନ

264

କନକ ବ୍ୟୁରୋ: କଟକ ଜଗତପୁରରେ ବିପୁଳ ପରିମାଣର ବାଣ ଜବତ । ୫୦ ଲକ୍ଷ ଟଙ୍କାର ବେଆଇନ୍ ବାଣ ସିଜ୍ କଲା ଜଗତପୁର ପୋଲିସ । ଦୀପାବଳି ଆଗରୁ ବେଆଇନ୍ ବାଣ କାରବାର ରୋକ୍ ଲଗାଇବାକୁ ପୋଲିସର କାର୍ଯ୍ୟାନୁଷ୍ଠାନ ।

ଜଗତପୁର ଅଂଚଳରେ ବେଆଇନ୍ ର ସୁରାକ୍ ପାଇବା ପରେ ପୋଲିସ ସକାଳୁ ସକାଳୁ ଚଢଉ ଆରମ୍ଭ କରିଥିଲା ଜଗତପୁର ପୋଲିସ । ବଡ ଧରଣର ବେଆଇନ୍ ବାଣ ଜବତ କରିବା ସହିତ ୧୨ ଜଣ ବାଣ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ । ସମସ୍ତଙ୍କୁ ପଚରାଉଚରା ଚାଲିଛି । ବେଆଇନ୍ ବାଣ ର ଲିଙ୍କ୍ ଖୋଜାଚାଲିଛି । ବାଣ ସହିତ କିଛି ବିସ୍ଫୋରକ ଜବତ ହୋଇଥିବା ସୂଚନା ମିଳିଛି ।