ଟଏଲେଟରେ ଫୋନ ବ୍ୟବହାର କରୁଛନ୍ତି କି ? ତେବେ ହୋଇଯାଆନ୍ତୁୁ ସାବଧାନ ନଚେତ୍ ହୋଇପାରେ ଏହି ଅସୁବିଧା ।

56

ଗତ କିଛି ବର୍ଷରେ ଫୋନ ନାମକ ଏକ ମହାମାରୀ ବ୍ୟାପିଛି । ମୋବାଇଲ ଫୋନ ସମସ୍ତଙ୍କୁ ଏମିତି କିମିଆ କରିଛି ଯେ ଖାଇବା ଠାରୁ ଆରମ୍ଭ କରି ରାସ୍ତାରେ ଚାଲୁଥିବା ସମୟରେ ଆମେ ସତର୍କତା ଅବଲମ୍ବନ ନକରି ଫୋନକୁ ପ୍ରାଧାନ୍ୟ ଦେଉ । ବେଳେବେଳେ ଆମେ ଟଏଲେଟକୁ ମଧ୍ୟ ଫୋନ ଧରି ଯାଇଥାଉ । ଆପଣ ଯଦି ଫୋନକୁ ଟଏଲେଟ ଭିତରକୁ ନେଇ ଯାଉଛନ୍ତି ତେବେ ସତର୍କରେ ରୁହନ୍ତୁ ।

ଟଏଲେଟରେ ବସିବା ସମୟରେ ନାନାପ୍ରକାରର ବ୍ୟାକ୍ଟେରିଆ ବୁଲୁଥାନ୍ତି ହାତ ସଫା କରିବା ସମୟରେ ଫ୍ଲସ ଉପରେ କିମ୍ବା ଅନ୍ୟ କୌଣସି ସ୍ଥାନରେ ଆପଣ ଫୋନକୁ ରଖି ଦେଇଥାନ୍ତି ଏବଂ ହାତ ଧୋଇବା ପରେ ଏହାକୁ ନେଇ ବାହାରକୁ ଚାଲି ଆସନ୍ତି । ଏହାଦ୍ୱାରା ଆପଣଙ୍କ ହାତ ସଫା ହୋଇଗଲା ସତ କିନ୍ତୁ ଫୋନରେ ଲାଗିଥିବା ବ୍ୟାକ୍ଟେରିଆ ସଫା ହୋଇ ନଥାଏ ।

ଖାଇବା ସମୟରେ ମଧ୍ୟ ଫୋନ ବ୍ୟବହାର କରନ୍ତୁ ନାହିଁ । ଖାଇଲାବେଳେ ଆପଣ ଫୋନରୁ ମେସେଜ ପଢୁଥିବେ, ଫୋନକୁ ଏପଟସେପଟ କରୁଥିବେ କିନ୍ତୁ ଆପଣ ଭୁଲିଯାଉଛନ୍ତି ଯେ ଆପଣ ଧରିଥିବା ଫୋନ ଟା ଟଶଲେଟରେ ମଧ୍ୟ ବ୍ୟବହାର ହୋଇସାରିଛି । ଘରର ଟଏଲେଟ ତ ଠିକ ଅଛି କିନ୍ତୁ ଅଫିସ କିମ୍ବା ବାହାର ଟଏଲେଟରେ ବିଭିନ୍ନ ପ୍ରକାର ଲୋକ ଯାଇଥାନ୍ତି । ବିଭିନ୍ନ ପ୍ରକାର ବ୍ୟାକ୍ଟେରିଆ ଘେରରେ ଆପଣ ରହିଥାନ୍ତି ସେଭଳି ସ୍ଥାନରେ ଫୋନ ବ୍ୟବହାର କଲେ ଜାଣିପାରୁଥିବେ ଅବସ୍ଥା କ’ଣ ହେବ ।

ଟଏଲେଟରେ ବିଭିନ୍ନ ପ୍ରକାର କ୍ଷତିକାରକ ବ୍ୟାକ୍ଟେରିଆ ଥାଆନ୍ତି, ଯେପରିକି ସାଲମୋନେଲା, ଶିଗେଲା, ଇକୋଲ ଓ କୈମ୍ପିଲୋବ୍ୟାକ୍ଟର । ଫୋନ ଯେତେବେଳେ ଗରମ ହୋଇଯାଏ, ତା’ ଉପରେ ଥିବା ଆବରଣରେ ବ୍ୟାକ୍ଟେରିଆ ମାନେ ଲାଗି ଯାଆନ୍ତି ଏବଂ ଆମ ଫୋନ ଦ୍ୱାରା ଆମ ଖାଦ୍ୟକୁ ପ୍ରବେଶ କରନ୍ତି ।