ପୁଣି ଶସ୍ତା ହେଲା ଇଲିସି : ପାରାଦୀପ ଅଠରବାଙ୍କି ବାଲିଫ୍ଲଟରେ ମାଛ ନେବାକୁ ଲୋକଙ୍କ ଭିଡ଼

79

କନକ ବ୍ୟୁରୋ : ଶସ୍ତା ହେଲା ଇଲିସି । କିଲୋ ପ୍ରତି ୭ ଶହରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଦାମରେ ଇଲିସି ମାଛ ବିକ୍ରି ହେଉଥିବା ବେଳେ ଏବେ ଯୋଡା ୧୨୦ ଟଙ୍କାରୁ ୪ ଶହ ଟଙ୍କା ମଧ୍ୟରେ ବିକ୍ରି ହେଉଛି । ଇଲିସି ମାଛ ଶସ୍ତା ହେବା ପରେ ପାରାଦୀପ ଅଠରବାଙ୍କି ବାଲିପ୍ଲଟରେ ଲୋକଙ୍କ ଭିଡ ଜମିଛି । ଗତ ଦୁଇ ଦିନ ହେବ ପାରାଦୀପ ମୁହାଣରେ ମତ୍ସଜୀବୀ ମାନେ ପ୍ରଚୁର ପରିମାଣରେ ଇଲିସି ମାଛ ମାରୁଥିବାରୁ ଏବେ ଅଠରବାଙ୍କୀ ବାଲିପ୍ଲଟରେ ପ୍ରବଳ ଇଲିସି ମାଛ ବିକ୍ରି ହେଉଥିବାର ଦେଖିବାକୁ ମିଳିଛି । ବିଭିନ୍ନ ଶିଳ୍ପ କାରଖାନାରା ପ୍ରଦୂଷଣ ଯୋଗୁଁ ୬ରୁ ୭ ବର୍ଷ ହେଲାଣି ଇଲିସି ଆମଦାନୀ କମ ଥିବାରୁ ମୂଲ୍ୟ ବୃଦ୍ଧି ପାଉଥିଲା । ଗତ ବର୍ଷ ମଧ୍ୟ ଏହି ପରି ଇଲିସି ଶସ୍ତା ହେବାରୁ ପାରାଦୀପ ତଥା ରାଜ୍ୟ ବିଭିନ୍ନ ସ୍ଥାନରୁ ଲୋକେ ଆସି ଇଲିସି କିଣିଥିବାରୁ ଦେଖିବାକୁ ମିଳିଥିଲା ।

ଇଲିସି ମାଛର ସ୍ୱାଦ, ଅନ୍ୟ ମାଛଠାରୁ ସଂପୂର୍ଣ୍ଣ ଭିନ୍ନ ହୋଇଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଦୁର୍ବଳତା ଥାଏ । ଯେଉଁ ମାଛକୁ କିଛି ଦିନ ପୂର୍ବରୁ ଲୋକ ହଜାରେ ଟଙ୍କାରୁ ୭ ଶହରୁ ୨ ହଜାର ଟଙ୍କା ଦେଇ କିଣୁିଥିଲେ ତାହା ଏବେ ଯୋଡ଼ା ପିଛା ୧୨୦ ଟଙ୍କାରେ ବିକ୍ରି ହେଉଛି । ତେବେ ଇଲିସି ମାଛର ଦର କମ ରହିଥିବାରୁ ଧନୀ ଓ ଗରିବ ସମସ୍ତେ ଏହି ମାଛ କିଣି ପାରୁଛନ୍ତି ।  ଇଲିସିର ଦାମ ସବୁବେଳେ ଅଧିକ ଥିବାରୁ ଲୋକେ କିଣି ଖାଇପାରନ୍ତି ନାହିଁ । ଏବେ ଦାମ୍ କମ ହୋଇଥିବାରୁ ମାଛ ଦୋକାନ ଆଗରେ ଭିଡ଼ ଦେଖିବା ପାଇଁ ମିଳୁଛି । ବର୍ଷା ପାଗରେ ସୁଆଦିଆ ମାଛ ଶସ୍ତାରେ ମିଳୁଥିବାରୁ ଗ୍ରାହକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି ।