ଇଲିସି କହୁଛି ମୋତେ ଛୁଅଁନା : ଧାମରା ମୁହାଁଣରୁ ଧରାପଡିଲା ବଡ ଇଲିସି, ନିଲାମ ପରେ ୭ ହଜାର ଟଙ୍କାରେ ବିକ୍ରି ହେଲା

3,165
କନକ ବ୍ୟୁରୋ : ଇଲିସି କହୁଛି ମୋତେ ଛୁଅଁନା । ଗୋଟିଏ ଇଲିସର ଦାମ ୭ହଜାର ଟଙ୍କା । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଧାମରାରୁ ଆସିଛି ଏଭଳି ଖବର । ବର୍ତ୍ତମାନ ଇଲିସି କେଜି ହାରାହାରି ୧୧ଶହରୁ ୧୫ଶହ ଟଙ୍କାରେ ବିକ୍ରି ହେଉଛି । ହେଲେ ବଙ୍ଗୋପସାଗର ଉପକୂଳ ଧାମରା ମୁହାଁଣରୁ ଗତକାଲି ଏକ ବଡ ଇଲିସି ଧରାପଡିଥିଲା । ଏହାର ଓଜନ ପାଖାପାଖି ଦୁଇ କେଜି ଥିଲା । ଧାମରାର ଜଣେ ମତ୍ସ୍ୟଜୀବିଙ୍କ ଟ୍ରଲରରେ ଏହି ବଡ ଇଲିସି ମାଛ ଧରାପଡିଥିଲା ।
ପୂର୍ବରୁ ଏହିଭଳି ମାଛ ଧରାପଡ଼ିଛି ହେଲେ ଦର କେଜି ପ୍ରତି ୩ ହଜାର ୫ ଶହ ଟଙ୍କା ଆଗରୁ କେବେ ଶୁଣାନଥିଲା । ଏତେ ବଡ଼ ମାଛକୁ ଦେଖିବା ପାଇଁ ଦେଖଣାହାରୀଙ୍କ ଭିଡ଼ ଲାଗିଥିଲା । ଏହି ମାଛକୁ ଚନ୍ଦନୀପାଳସ୍ଥିତ କଂଟାରେ ନିଲାମ କରାଯାଇଥିଲା । ଜଣେ ବ୍ୟବସାୟୀ ଏହି ନିଲାମ ଧରି କେଜି ପ୍ରତି ସାଢ଼େ ୩ହଜାର ଟଙ୍କା ହିସାବରେ ୭ହଜାର ଟଙ୍କାରେ ମାଛଟିକୁ କିଣିଥିଲେ । ତାପରେ ଏହି ମାଛଟିକୁ ବାହାର ରାଜ୍ୟକୁ ପଠାଇ ଦିଆଯାଇଥିବା ଜଣାପଡିଛି । ଏତେ ବଡ ମାଛକୁ ଦେଖବା ପାଇଁ ଲୋକ ଭିଡ ଜମାଇଥିଲେ ।