ବୌଦ୍ଧ ଜିଲ୍ଲାରେ ବେଆଇନ ଗଂଜେଇ କାରବାର ପଛରେ ବନ ବିଭାଗ ଅଧିକାରୀଙ୍କ ହାତ ଅଭିଯୋଗ ! ମାଫିଆଙ୍କ ସହ ଡିଲ୍ କରୁଛନ୍ତି କଂଟାମାଳ ରେଂଜର

40

କନକ ବ୍ୟୁରୋ: ଗଂଜେଇ ଚାଷ ଓ ଚୋରାଚାଲାଣ ରୋକିବା ପାଇଁ ଅବକାରୀ, ପୋଲିସ ଓ ବନ ବିଭାଗ ବାରମ୍ବାର ଉଦ୍ୟମ କରୁଛନ୍ତି । କିନ୍ତୁ ଏବେ ବି ଏହା ସଂପୂର୍ଣ୍ଣ ବନ୍ଦ ହୋଇପାରୁନି ।

ସୂଚନା ଅନୁସାରେ, କଂଟାମାଳ ରେଂଜ ଅଧିକାରୀ ରବିନାରାୟଣ ସାହୁ ଗଂଜେଇ ମାଫିଆଙ୍କ ସହ କିପରି ଡିଲ୍ କରି ଏହି ବେଆଇନ ଚାଷକୁ ପ୍ରୋତ୍ସାହନ ଦେଉଛନ୍ତି ତାହା ସ୍ପଷ୍ଟ ଜଣାପଡୁଛି । ମାତାକୁପା ଜଙ୍ଗଲରେ ବେଆଇନ ଭାବେ ଗଂଜେଇ ଅମଳ କରି ପ୍ୟାକିଂ କରୁଥିବା ବେଳେ ପଂହିଚିଥିଲେ ରେଂଜର ରବି ନାରାୟଣ ସାହୁ । ଏହା ପରେ ଗଂଜେଇ ନେଇ ଡିଲ୍ ଚାଲିଥିଲା ।

୩୫ ହଜାରରୁ ଆରମ୍ଭ ହୋଇଥିବା ଡିଲ୍ ୨୦ ହଜାର ଟଙ୍କାରେ ଫାଇନାଲ ହୋଇଥିଲା । ଗଂଜେଇ ମାଫିଆଙ୍କୁ ଭୟ ଦେଖାଇ ସେ ଡିଲ୍ କରୁଥିବା ଏହି ଭିଡିଓ ସ୍ପଷ୍ଟ ହେଉଛି । ତେବେ ଏହି ଭିଡିଓ ହିଁ ବୟାନ କରୁଛି ବୌଦ୍ଧ ଜିଲ୍ଲାରେ କିପରି ବନ ବିଭାଗର ଅଧ୍କାରୀଙ୍କ ପ୍ରତ୍ୟକ୍ଷ ସହାୟତାରେ ଚାଲିଛି ବେଆଇନ ଗଂଜେଇ ଚାଷ ।