ଅଜୟଙ୍କ ସହ କାମ କରିବାକୁ ଭଲ ଲାଗେ ! କହିଲେ, ବଲିଉଡ଼୍ ଅଭିନେତ୍ରୀ ଇଲିଆନା ଡିକ୍ରୁଜ୍

39

ବଲିଉଡ ସିନେମା ‘ବାଦଶାହୋ’ରେ ପ୍ରଥମଥର ପାଇଁ ଅଭିନେତା ଅଜୟ ଦେବଗନ ଏବଂ ଇଲିଆନା ଡିକ୍ରୁଜଙ୍କ ଯୋଡିକୁ ଦେଖିବାକୁ ମିଳିଥିଲା । ସିନେମାରେ ଦୁହିଁଙ୍କ ଅନସ୍କ୍ରିନ କେମେଷ୍ଟ୍ରିକୁ ଖୁବ ପସନ୍ଦ କରିଥିଲେ ଦର୍ଶକ । ଏବେ ପୁଣି ଥରେ ଏହି ଯୋଡି କମବ୍ୟାକ କରିବାକୁ ଯାଉଛନ୍ତି । ରାଜକୁମାର ଗୁପ୍ତାଙ୍କ ନିର୍ଦ୍ଦେଶିତ ସିନେମା ‘ରେଡ୍’ରେ ଅଜୟ ଏବଂ ଇଲିଆନାଙ୍କୁ ଦେଖିବାକୁ ମିଳିବ । ତେବେ ନିକଟରେ ଏକ ସାକ୍ଷାତକାରରେ ଇଲିଆନାଙ୍କ ଅଜୟଙ୍କ ସହ କାମ କରିବାର ଅଭିଜ୍ଞତା ବିଷୟରେ ପଚାରାଯାଇଥିଲା । ସେ ମଧ୍ୟ ଖୁବ ଉତ୍ସୁକତାର ସହିତ ଉତ୍ତର ଦେଇଥିଲେ ।

ଇଲିଆନା କହିଥିଲେ, ଅଜୟଙ୍କ ସହ କାମ କରିବା ବହୁ ସହଜ । ଇଣ୍ଡଷ୍ଟ୍ରିରେ ଯେଉଁ କେତେଜଣଙ୍କ ସହ କାମ କରିବାକୁ ପସନ୍ଦ କରନ୍ତି ସେମାନଙ୍କ ମଧ୍ୟରୁ ଅଜୟ ଅନ୍ୟତମ । କାରଣ ସେ କେବେ ହେଲେ ନିଜକୁ ସୁପରଷ୍ଟାର ଦେଖେଇ ହେବାକୁ ପସନ୍ଦ କରନ୍ତି ନାହିଁ । ସେଥିଲାଗି ତାଙ୍କ ସହ କାମ କରିଲାବେଳେ କୌଣସି ପ୍ରକାର ଚାପ ଅନୁଭବ ହୁଏ ନାହିଁ । ଏପରିସ୍ଥଳରେ ପୁଣି ଥରେ ଅଜୟଙ୍କ ସହ କାମ କରିବାକୁ ସୁଯୋଗ ମିଳିଥିବାରୁ ସେ ବହୁତ ଖୁସି ଅଛନ୍ତି । ଦର୍ଶକଙ୍କୁ ସେମାନଙ୍କର କେମେଷ୍ଟ୍ରି ପୂର୍ବପରି ନିଶ୍ଚୟ ପସନ୍ଦ ଆସିବ ବୋଲି ସେ ଆଶା ମଧ୍ୟ କରୁଛନ୍ତି । ସୂଚନା ଅନୁଯାୟୀ, ‘ରେଡ’ ଏକ ସତ୍ୟ ଘଟଣା ଉପରେ ଆଧାରିତ ସିନେମା । ୧୯୮୦ରେ ଉତ୍ତରପ୍ରଦେଶରେ ଘଟିଥିବା ଏକ ହାଇପ୍ରୋଫାଇଲ ରେଡ ଘଟଣାକୁ ନେଇ କାହାଣୀଟିକୁ ପ୍ରସ୍ତୁତ କରାଯାଇଛି । ଅଜୟ ଦିବଗନ ଏହି ଫିଲ୍ମରେ ଜଣେ ଇନକମ ଟ୍ୟାକ୍ସ ଅଫିସରେ ଭୂମିକା ନିଭାଇବେ । ସିମେମାଟି ୨୦ ଏପ୍ରିଲ,୨୦୧୮ରେ ପ୍ରେକ୍ଷାଳୟକୁ ଆସିପାରେ ।