ଯୌନ ଶୋଷଣର ଶିକାର ହୋଇଛନ୍ତି ଅଭିନେତ୍ରୀ ଇଲିଆନା ଡିକ୍ରୁଜ : ଟ୍ୱିଟର ଜରିଆରେ କଲେ ଖୁଲାସା

56

ଅଭିନେତ୍ରୀ ଇଲିଆନା ଡିକ୍ରୁଜ କିଛି ଦିନ ପୂର୍ବରୁ ନିଜର ନଗ୍ନ ଫଟୋ ସୋସିଆଲ ମିଡିଆରେ ଶେୟାର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥର ପୁଣିଥରେ ସେ ଚାଞ୍ଚଲ୍ୟକର ବୟାନ ଦେଇ ଅଛନ୍ତି ଚର୍ଚ୍ଚାରେ । ଇଲିଆନା ଅତୀତରେ ଯୌନ ଶୋଷଣର ଶିକାର ହୋଇଛନ୍ତି ବୋଲି ଟ୍ୱିଟ ଜରିଆରେ ଖୁଲାସା କରିଛନ୍ତି ।

ସୂଚନା ଅନୁସାରେ, ବ୍ଲାକମେଲ୍ କରୁଥିବାରୁ ଜଣେ ଯୁବତୀ ନିଜ ପୂର୍ବତନ ପ୍ରେମିକଙ୍କ ଅଶ୍ଳୀଳ ମେସେଜ ଓ ଭଏସ ମେସେଜକୁ ସୋସିଆଲ ମିଡିଆରେ ଶେୟାର କରଥିଲେ । ଯାହାକୁ ସମର୍ଥନ କରିଥିଲେ ଇଲିଆନା  । ଏହା ସହ ଉକ୍ତ ଯୁବତୀଙ୍କ ମେଦେଜକୁ ସୋସିଆଲ ମିଡିଆରେ ଶେୟାର କରିବା ସହ ତାଙ୍କ ଉପରେ ଗର୍ବ କରନ୍ତି ବୋଲି ପ୍ରକାଶ କରିଛନ୍ତି । ଏପରିକି ଇଲିଆନା କହିଥିଲେ ସେ ମଧ୍ୟ ଯୌନ ଶୋଷଣର ଶିକାର ହୋଇଛନ୍ତି, କିନ୍ତୁ ସେ ବହୁତ ଭାଗ୍ୟଶାଳୀ ଯେ ତାଙ୍କ ମାବାପା ସେହି ମୁସ୍କିଲ ସମୟରେ ତାଙ୍କୁ ସମର୍ଥନ କରିଥିଲେ ଓ ସାହସ ଦେଇଥିଲେ ।