ଆଇଆଇଟି ଛାତ୍ରଙ୍କ ଭିନ୍ନ ପ୍ରୟାସ ! ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମାଣ କଲେ ହେଲମେଟ । ଯାହାକୁ ଦେଖିବାକୁ ଯୁବକମାନଙ୍କ ମଧ୍ୟରେ ବଢୁଛି ଉତ୍କଣ୍ଠା ।

23

ରୁର୍କି ଆଇଆଇଟିର ଛାତ୍ର ମାନେ ଏକ ନୂତନ ଅତ୍ୟାଧୁନିକ ଜ୍ଞାନ କୌଶଳରେ ହେଲମେଟ ନିର୍ମାଣ କରି ଚର୍ଚ୍ଚାରେ ଅଛନ୍ତି । ଏହି ହେଲମେଟର ବିଶେଷତ୍ୱ ହେଲା ଯଦି ଦୁର୍ଭାଗ୍ୟବଶତଃ ଆପଣଙ୍କର କେବେ ଦୁର୍ଘଟଣା ଘଟେ ତେବେ ଏଥିରେ ଥିବା ବେଲୁନ ଆପଣଙ୍କୁ ସୁରକ୍ଷା ଦେଇପାରିବ । ଯାହାଦ୍ୱାରା ଆପଣଙ୍କ ଜୀବନ ବଞ୍ଚିଯିବ ।

ଏହି ହେଲମେଟକୁ ଅନେକ ରଙ୍ଗରେ ତିଆରି କରାଯାଇଛି । ଯାହାକୁ ଦେଖିଲେ ଯୁବକମାନେ ଆକୃଷ୍ଟ ହେବେ ଓ ଏହାକୁ କିଣିବେ । ଏଠାରେ କହି ରଖୁଛୁ କି, ଆପଣଙ୍କୁ ଏହା ସହ ଏକ ବୁଲେଟ ପ୍ରୁଫ୍ ଜ୍ୟାକେଟ ମଧ୍ୟ ମିଳିବ । ଯାହା ଦ୍ୱାରା ଆପଣମାନେ ନିଜ ମୁଣ୍ଡ ସହ ଦେହର ମଧ୍ୟ ସୁରକ୍ଷା କରିପାରିବେ ।

ଏହି ହେଲମେଟକୁ ବିଟେକ୍ ପଢୁଥିବା ୩ ଜଣ ଛାତ୍ର ନିଜେ ତିଆରି କରିଛନ୍ତି । ଏହାକୁ ନିର୍ମାଣ କରିଥିବା ରାଜଭିନନ୍ଦର ସିଂ କହିଛନ୍ତି ଯେ, ଏହା ସଂମ୍ପୁର୍ଣ୍ଣ ଭାବରେ ସ୍ୱଦେଶୀ ଜ୍ଞାନ କୌଶଳରେ ତିଆରି କରାଯାଇଛି । ସାଧାରଣ ହେଲମେଟ୍ ଅପେକ୍ଷା ଏହା ପିନ୍ଧିଲେ ମସ୍ତିଷ୍କରେ ପ୍ରବାହିତ ହେଉଥିବା ରକ୍ତ ପ୍ରଭାବ ମଧ୍ୟ ସଠିକ ଭାବରେ ହୋଇଥାଏ । ତେଣୁ ଏହା ବଜାରରେ ନିଶ୍ଚୟ ଭାବରେ ଭଲ ବିକ୍ରି ହେବ ବୋଲି ରାଜଭିନନ୍ଦର କହିଛନ୍ତି । ଏହି ହେଲମେଟଟି ଏକ ଏୟାର ବ୍ୟାଗ ଭଳି କାମ ଦେବ । ସାଧାରଣ ହେଲମେଟ ଠାରୁ ଏହା ଭିନ୍ନ ହୋଇଥିବାରୁ ବହୁ ଲୋକ ଏହାକୁ ଗ୍ରହଣ କରିବେ ବୋଲି ଆମର ବିଶ୍ୱାସ । ଏହି ହେଲମେଟକୁ ନେଇ “ ଏମ୍ସ ସ୍ନାୟୁ ବିଭାଗୀୟ ମୁଖ୍ୟ ଡ. ସଞ୍ଜୀବ ଭୋଇ କହିଛନ୍ତି , ଏହା ପିନ୍ଧିଲେ ଆପଣଙ୍କ ମୁଣ୍ଡରେ ସ୍ନାୟୁ ଜନିତ ଅସୁବିଧା ଦେଖାଯିବ ନାହିଁ । ଭାରତରେ ସ୍ନାୟୁରୋଗରେ ହିଁ ପ୍ରାୟ ୩୫ ପ୍ରତିଶତ ଲୋକଙ୍କ ଜୀବନ ଯାଉଛି । ତେଣୁ ଏହାକୁ ପିନ୍ଧିଲେ ଏପରି ସମସ୍ୟାରୁ ଆପଣ ନିଜକୁ ଦୂରେଇ ରଖିପାରିବେ ।

ଏହି ହେଲମେଟକୁ କିିଭଳି ଭାବରେ ପ୍ରଚାର ଓ ପ୍ରସାର କରାଯାଇପାରିବ ଓ କେଉଁ କମ୍ପାନୀ ସହ ଚୁକ୍ତି କରଯାଇ ଜନସଧାରଣଙ୍କ ଲାଗି ନିର୍ମାଣ କରାଯାଇ ପାରିବ ତାହା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ଏହାକୁ ନିର୍ମାଣ କରିଥିବା ଛାତ୍ର ମାନେ କହିଛନ୍ତି ।