ସଫଳ ହେବ କ୍ୟାନସର ଉପଚାର ! କ୍ୟାନସର ସେଲ୍ କୁ ନଷ୍ଟ କରିବ ଏହି ପଦାର୍ଥ । ଆଇଆଇଟି ଗବେଷକ କଲେ ଉଦ୍ଭାବନ

ଆଇଆଇଟି ଗବେଷକଙ୍କ ନୂଆ ଉଦ୍ଭାବନ; କର୍କଟ ସେଲ୍ ଚିହ୍ନଟ କରି ନଷ୍ଟ କରିଦେବ ଏହି କାର୍ବନ

399

ଆଇଆଇଟି ଗବେଷକମାନେ ମିଶି ନିକଟରେ କର୍କଟ ସେଲକୁ ଚିହ୍ନଟ କରି ନଷ୍ଟ କରିବା ପାଇଁ କ୍ଷୁଦ୍ର ଆକୃତିର କାର୍ବନ ମ୍ୟାଟେରିଆଲ୍ ଉଦ୍ଭାବନକରିଛନ୍ତି। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜି(ଆଇଆଇଟି),ରୁରକିର ଏହି ଗବେଷକମାନେ କର୍କଟ ଚିହ୍ନଟ କରି ତାହାର ବିନାଶ ଘଟାଇବା ପରେ ଫ୍ଲୋରେସେଣ୍ଟ୍ କାର୍ବନ କ୍ଷୁଦ୍ରକଣିକା ଉଦ୍ଭାବନ କରିଛନ୍ତି।

ଏହି କ୍ଷୁଦ୍ର (୧୦-୯) ମିଟର୍ର କାର୍ବନ ମେଟେରିଆଲ୍ କର୍କଟ ପାଇଁ ଚିକିତ୍ସା ଏଜେଣ୍ଟ ପରି କାମ କରିବ। ଏହାକୁ ରୋଜି ପେରିୱିଙ୍କିଲ୍ ଫୁଲ ଗଛରୁ ସଂଗ୍ରହ କରାଯାଉଛି ବୋଲି ସୂଚନା ରହିଛି। ଡକ୍ଟର ଗୋପିନାଥଙ୍କ ଟିମ୍ ଏହି ଗଛର ପତ୍ରରୁ ଗରମ କରି ସେଥିରୁ କାର୍ବନ କ୍ଷୁଦ୍ରକଣିକା ବାହାର କରିଛନ୍ତି। ଏହି ଉପକାରୀ ଗଛକୁ ଭିନକା ରୋଜିଆ ବୋଲି ମଧ୍ୟ କେହି କେହି କହନ୍ତି।

 

ଦୀଘ ବର୍ଷ ଧରି କର୍କଟର ସେଲ୍ ଚିହ୍ନଟ କରି ତାହାକୁ ଭଲ କରିବାର ଉପାୟ ଖୋଜୁଛନ୍ତି ଗବେଷକମାନେ। ଏପରି ଏକ କଠିନ ସମସ୍ୟାର ସମାଧାନ ଅନେକ ବର୍ଷର ଚେଷ୍ଟା ପରେ ହୋଇପାରିନଥିବାବେଳେ ଇଞ୍ଜିନିୟରଙ୍କର ଏପରି ଉଦ୍ଭାବନ ଆଶାର ଅଙ୍କୁର ସୃଷ୍ଟି କରିଛି।