ବଦଳି ଯାଇଛି ମିଶନ : ରାଜନଙ୍କ ରାଜା ଏବେ ମାଟିର ମଣିଷ

35

ପ୍ରଫେସର ଆଲୋକ ସାଗର, ୧୯୮୨ ରୁ ଆଜି ଯାଏ ମଧ୍ୟପ୍ରଦେଶର ଆଦିବାସୀ ବହୁଳ ଅଂଚଳରେ ନିଜର ଜୀବନକୁ ଉତ୍ସର୍ଗ କରିଛନ୍ତି । ଇଲେକ୍ଟ୍ରୀକାଲ ଇଂଜିନିୟରିଂ ରେ ଦିଲ୍ଲୀ ଆଇ.ଆଇ.ଟି ରୁ ଏମ.ଏ. ପାସ କଲା ପରେ ଆମେରିକା ର ହଷ୍ଟନ୍ ୟୁନିଭରସିଟି ରୁ ସେ ପିଏଚଡି ହାସଲ କରିଥିଲେ । ପରେ ଦିଲ୍ଲୀ ଆଇ.ଆଇ.ଟି ରେ ପ୍ରଫେସର ପଦରେ ଯୋଗଦାନ କରିଥିଲେ ।

ନିଜ ଅଧ୍ୟାପକ ଜୀବନରେ ରଘୁରାମ ରାଜନଙ୍କ ପରି ମେଧାବୀ ଛାତ୍ରଙ୍କୁ ସେ ପାଠ ପଢେଇଛନ୍ତି । ତେବେ ୧୯୮୨ ରେ ଚାକିରୀ ଛାଡ଼ି ଦେଶର ସବୁଠୁ ଗରିବ ଓ ଅବହେଳିତ ଆଦିବାସୀଙ୍କ ସେବା କରିବାକୁ ସେ ମଧ୍ୟପ୍ରଦେଶର ବେତୁଲ୍ କୁ ଚାଲି ଆସିଥିଲେ ।

୧୯୮୨ ରୁ ସେ ଆଦିବାସୀଙ୍କ ସହ ନିଜକୁ ସାମିଲ୍ କରିଛନ୍ତି । ଶିକ୍ଷା ଯଦି ଏ ଦେଶର ସାଧାରଣ ଲୋକଙ୍କ କାମରେ ନ ଆସିପାରିଲା, ତାର କିଛି ମୂଲ୍ୟ ନାହିଁ ବୋଲି ସେ କୁହନ୍ତି । ୨୫ ବର୍ଷରେ ସେ ୫୦ ହଜାର ଗଛ ଲଗାଇବା ସହିତ ସେଠିକାର ଆଦିବାସୀଙ୍କ ଅଧିକାର ଲାଗି କାମ କରୁଛନ୍ତି ।

ତାଙ୍କ ପାଖରେ ସମ୍ବଳ କହିଲେ ମାତ୍ର ଚାରୋଟି କୁର୍ତ୍ତା ଓ ଗୋଟେ ସାଇକେଲ୍ । ଆଜି ଆମ ନେତା ମାନେ ମିଛ ଡିଗ୍ରୀ କୁ ନେଇ ମାତିଥିବା ବେଳେ ସତ ଡିଗ୍ରୀ ଥାଇ ଆଲୋକ ସାଗର ଏ ଦେଶର ଗରିବଙ୍କ ଲାଗି ପ୍ରେରଣାଦାୟକ କାମ କରି ଚାଲିଛନ୍ତି ।