ଅଳିଆ ଗଦାରୁ ବିଜୁଳି ଉତ୍ପାଦନ କଲେ ଆଇଆଇଟି ମୁମ୍ବାଇର ପ୍ରଫେସର୍ ! ଆଲୋକିତ ହେବ ହଜାର ହଜାର ଘର

59

ଆମ ଦେଶରେ ଯୁଆଡ଼େ ଦେଖିବ କୁଢ଼ କୁଢ଼ ମଇଳା । ଅଳିଆ ଆବର୍ଜନା ଯୋଗୁଁ ଦୁର୍ଗନ୍ଧ ହେବା ସହ ପରିବେଶ ମଧ୍ୟ ପ୍ରଦୂଷିତ ହେଉଛି । ତେବେ ଚିନ୍ତା କରନ୍ତୁ, ଯଦି ଅଳିଆ ଗଦାରୁ ବିଜୁଳି ଉପ୍ତାଦନ ହୁଏ, ତେବେ କିପରି ହେବ । ଅଳିଆ ଆବର୍ଜନାରୁ ସୃଷ୍ଟି ହେବ ବିଜୁଳି । ଏପରି ଏକ କଳ୍ପନାକୁ ଏ ସତ କରି ଦେଖାଇଛନ୍ତି ଆଇଆଇଟି ମୁମ୍ବାଇର ଶକ୍ତି ବିଭାଗର ପ୍ରଫେସର ପ୍ରକାଶ ଘୋଷ ଓ ତାଙ୍କର ଟିମ୍ । ପ୍ରକାଶ ଓ ତାଙ୍କ ଟିମ୍ ଏମିତି ଏକ ମାଇକ୍ରୋବିଆଲ ଇନ୍ଧନ ସେଲ ତିଆରି କରିଛନ୍ତି, ଯେଉଁଥିରେ ଆବର୍ଜନାରୁ ବାହାରୁଥିବା କ୍ଷତିକାରକ ତରଳ ପଦାର୍ଥରୁ ବିଜୁଳି ସୃଷ୍ଟି କରାଯାଇପାରିବ । ଏହା ବିଶ୍ୱ ବିଜ୍ଞାନରେ ଭାରତୀୟଙ୍କ ସବୁଠାରୁ ମହତ୍ୱପୂର୍ଣ୍ଣ ଆବିଷ୍କାର ।

ଅଧିକାଂଶ ସମୟରେ ଆବର୍ଜନା ଜମା କରାଯାଉଥିବା ଡଂପିଙ୍ଗ ଗ୍ରାଉଣ୍ଡରେ ଏକ କଳା ରଙ୍ଗର ତରଳ ପଦାର୍ଥ ବାହାରୁଥିବା ଦେଖାଦିଏ, ଯାହାକୁ ଲିଚେଟ୍ କୁହାଯାଏ । ଏହି ଲିଚେଟ୍ ଭୂଇଁ ଓ ଭୂଇଁ ତଳେ ଥିବା ପାଣି ପାଇଁ ବିଷ ଠାରୁ କମ୍ ନୁହଁ । କିନ୍ତୁ କ୍ଷତିକାରକ ହେବା ସହ ଲିଚେଟରେ ଅନେକ ତତ୍ୱ ମଧ୍ୟ ଥାଏ । ଯାହା ଶକ୍ତି ଉତ୍ପାଦନରେ ସହାୟକ ହୋଇଥାଏ । ଏହା ବ୍ୟତୀତ ଏ ପ୍ରକାରର ଲିଚେଟରେ ଅନେକ ବ୍ୟାକ୍ଟେରିଆ ଥାଆନ୍ତି ।

କେବଳ ମାଇକ୍ରୋବିଆଲ ଫୁଏଲ ସେଲ୍ ସୂକ୍ଷ୍ମଜୀବ ଦ୍ୱାରା ଅର୍ଗାନିକ୍ ମ୍ୟାଟେରିଆଲରୁ ଅକ୍ସିଡେସନ୍ ସିଦ୍ଧାନ୍ତରେ କାମ କରେ । ଏକ ପାଇପ୍ ଜରିଆରେ ନାଳର ପାଣି କିମ୍ବା ଲିଚେଟକୁ ମାଇକ୍ରୋବିଆଲ ଫୁଏଲ ସେଲରେ ପକାଯାଏ । ଏହାପରେ ଲିଚେଟରେ ଥିବା ବ୍ୟାକ୍ଟେରିଆ ଜୈବିକ ତତ୍ୱକୁ ନିଜେ ନିଜେ ଖାଇବାକୁ ଲାଗେ । ଏହି ସମୟରେ ନେଗେଟିଭ୍ ଓ ପଜିଟିଭ୍ କଣିକା ସୃଷ୍ଟି ହୁଏ ଯାହା ଇଲେକ୍ଟ୍ରୋଡରେ ଏକତ୍ରିତ ହେବାକୁ ଲାଗେ । ଏହି ଦୁଇଟି ପାର୍ଟିକଲ୍ସ ନିଜ ବିପରୀତ ଦିଗକୁ ବଢ଼ନ୍ତି ଓ ଏଥିରୁ ଉର୍ଜ୍ଜା ଅର୍ଥାତ୍ ଇଲେକ୍ଟ୍ରୋସିଟି ସୃଷ୍ଟି ହୁଏ । ଏହା ଦୁନିଆ ପାଇଁ ଭାରତୀୟ ବୈଜ୍ଞାନିକଙ୍କ ତରଫରୁ ଏକ ନୂଆ ଉପହାର ଏବଂ ବିଶ୍ୱ ବିଜ୍ଞାନରେ ଭାରତୀୟ ଲୋକଙ୍କ ସବୁଠାରୁ ମହତ୍ୱପୂର୍ଣ୍ଣ ଆବିଷ୍କାର ।

Comments are closed.