ବିଶ୍ୱ ବିଜ୍ଞାନରେ ଭାରତୀୟଙ୍କ ସବୁଠାରୁ ମହତ୍ୱପୂର୍ଣ୍ଣ ଆବିଷ୍କାର : ଆବର୍ଜନାରୁ ବିଜୁଳି ସୃଷ୍ଟି କଲେ ଆଇଆଇଟି ମୁମ୍ବାଇ ପ୍ରଫେସର

144

କେମିତି ହେବ ଯଦି ଆମ ଭବିଷ୍ୟରେ ଆବର୍ଜନାରୁ ସଫା ପାଣି ଓ ବିଜୁଳି ସୃଷ୍ଟି କରିପାରିବା । ଏହି କଳ୍ପନାକୁ ଏବେ ସତ କରି ଦେଖାଇଛନ୍ତି ଆଇଆଇଟି ବମ୍ବେର ଶକ୍ତି ବିଭାଗର ପ୍ରଫେସର ପ୍ରକାଶ ଘୋଷ ଓ ତାଙ୍କର ଟିମ୍ । ପ୍ରକାଶ ଓ ତାଙ୍କ ଟିମ୍ ଏମିତି ଏକ ମାଇକ୍ରୋବିଆଲ ଇନ୍ଧନ ସେଲ ତିଆରି କରିଛନ୍ତି, ଯେଉଁଥିରେ ଆବର୍ଜନାରୁ ବାହାରୁଥିବା କ୍ଷତିକାରକ ତରଳ ପଦାର୍ଥରୁ ବିଜୁଳି ସୃଷ୍ଟି କରାଯାଇପାରିବ । ଅଧିକାଂଶ ସମୟରେ ଆବର୍ଜନା ଜମା କରାଯାଉଥିବା ଡଂପିଙ୍ଗ ଗ୍ରାଉଣ୍ଡରେ ଏକ କଳା ରଙ୍ଗର ତରଳ ପଦାର୍ଥ ବାହାରୁଥିବା ଦେଖାଦିଏ, ଯାହାକୁ ଲିଚେଟ୍ କୁହାଯାଏ । ଏହି ଲିଚେଟ୍ ଭୂଇଁ ଓ ଭୂଇଁ ତଳେ ଥିବା ପାଣି ପାଇଁ ବିଷ ଠାରୁ କମ୍ ନୁହଁ । କିନ୍ତୁ କ୍ଷତିକାରକ ହେବା ସହ ଲିଚେଟରେ ଅନେକ ଜୈବିକ ଓ ଅକାର୍ବନିକ୍ ତତ୍ୱ ମଧ୍ୟ ଥାଏ । ଯାହା ଶକ୍ତି ଉତ୍ପାଦନରେ ସହାୟକ ହୋଇଥାଏ । ଏହା ବ୍ୟତୀତ ଏ ପ୍ରକାରର ଲିଚେଟରେ ଅନେକ ବ୍ୟାକ୍ଟେରିଆ ଥାଆନ୍ତି । କେବଳ ମାଇକ୍ରୋବିଆଲ ଫୁଏଲ ସେଲ୍ ସୂକ୍ଷ୍ମଜୀବ ଦ୍ୱାରା ଅର୍ଗାନିକ୍ ମ୍ୟାଟେରିଆଲରୁ ଅକ୍ସିଡେସନ୍ ସିଦ୍ଧାନ୍ତରେ କାମ କରେ ।

ଏକ ପାଇପ୍ ଜରିଆରେ ନାଳର ପାଣି କିମ୍ବା ଲିଚେଟ୍ କୁ ମାଇକ୍ରୋବିଆଲ ଫୁଏଲ ସେଲରେ ପକାଯାଏ । ଏହାପରେ ଲିଚେଟରେ ଥିବା ବ୍ୟାକ୍ଟେରିଆ ଜୈବିକ ତତ୍ୱକୁ ନିଜେ ନିଜେ ଖାଇବାକୁ ଲାଗେ । ଏହି ସମୟରେ ନେଗେଟିଭ୍ ଓ ପଜିଟିଭ୍ କଣିକା ସୃଷ୍ଟି ହୁଏ ଯାହା ଇଲେକ୍ଟ୍ରୋଡରେ ଏକତ୍ରିତ ହେବାକୁ ଲାଗେ । ଏହି ଦୁଇଟି ପାର୍ଟିକଲ୍ସ ନିଜ ବିପରୀତ ଦିଗକୁ ବଢ଼ନ୍ତି ଓ ଏଥିରୁ ଉର୍ଜ୍ଜା ଅର୍ଥାତ୍ ଇଲେକ୍ଟ୍ରୋସିଟି ସୃଷ୍ଟି ହୁଏ । ଏହା ଦୁନିଆ ପାଇଁ ଭାରତୀୟ ବୈଜ୍ଞାନିକଙ୍କ ତରଫରୁ ଏକ ନୂଆ ଉପହାର ଏବଂ ବିଶ୍ୱ ବିଜ୍ଞାନରେ ଭାରତୀୟ ଲୋକଙ୍କ ସବୁଠାରୁ ମହତ୍ୱପୂର୍ଣ୍ଣ ଆବିଷ୍କାର । ଯେଉଁ ଦେଶ ଭାରତରେ ଆଜି ବି ଗ୍ରାମାଂଚଳରେ ଲୋକଙ୍କୁ ସଫା ପାଣି ଓ ୨୪ ଘଣ୍ଟା ଶସ୍ତା ବିଜୁଳି ମିଳିବା କେବଳ ଏକ ସ୍ୱପ୍ନ ଥାଏ । ଏମିତିରେ ଶସ୍ତାରେ ମିଳିବା ଏକ ସ୍ୱପ୍ନ ସତ ହେବା ଭଳି ।