ଗୋମାଂସ ସପକ୍ଷରେ ଦକ୍ଷିଣରେ ଉଠିଲା ସ୍ୱର ! ସରକାରୀ ନିଷ୍ପତି ପ୍ରତିବାଦରେ ଭୋଜି କଲେ ମାଡ୍ରାସ ଆଇଆଇଟି ଛାତ୍ର

37

କନକ ବ୍ୟୁରୋ : ଗୋମାଂସ ସପକ୍ଷରେ ଦକ୍ଷିଣରେ ଉଠିଲା ସ୍ୱର । କେନ୍ଦ୍ର ସରକାରଙ୍କ ଗୋମାଂସ ବିକ୍ରି କଟକଣାକୁ ବିରୋଧ କରି ଗୋମାଂସ ଭୋଜି କରିଛନ୍ତି ମାଡ୍ରାସ ଆଇଆଇଟିର ଛାତ୍ର । ପ୍ରାୟ ୮୦ରୁ ଅଧିକ ଛାତ୍ର ଏକାଠି ହୋଇ ପାଉଁରୁଟି ସହ ଗୋମାଂସ ଖାଇ କେନ୍ଦ୍ରର ନିଷ୍ପତିକୁ ପ୍ରତିକାତ୍ମକ ବିରୋଧ ପ୍ରଦର୍ଶନ କରିଛନ୍ତି । ଏଥିସହ ଖାଦ୍ୟ ଉପରେ ସରକାରୀ କଟକଣାକୁ ଫାଶୀବାଦ ବୋଲି ସେମାନେ ଅଭିଯୋଗ କରିଛନ୍ତି ।

କେନ୍ଦ୍ର ସରକାର ଗୋମାଂସ କାରବାର ରୋକିବାକୁ କଂସେଇ ଖାନାଗୁଡିକ ଉପରେ ଅଙ୍କୁଶ ଲଗାଇଛନ୍ତି । ଗତ ମେ ୨୭ରେ ମଧ୍ୟ ଅନୁରୂପ ଭାବେ ଷ୍ଟୁଡେଂଟ ଫେଡେରେସନ ଅଫ ଇଣ୍ଡିଆ-ଏସଏଫଆଇ ପକ୍ଷରୁ କେରଳରେ ବିଶ୍ୱବିଦ୍ୟାଳୟ ବାହାରେ ଗୋମାଂସ ଖାଇ ପ୍ରତିବାଦ କରାଯାଇଥିଲା । ଗତ ଶୁକ୍ରବାର ଦିନ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଥିଲେ ଯେ, ଗାଇକୁ ମାଂସ ପାଇଁ ବିକ୍ରି କରାଯାଇ ପରିବ ନାହିଁ ।