ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ ପରୀକ୍ଷା ଫଳ: ୩୩୭ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ପଂଚକୁଲାର ପ୍ରଣବ ଗୋଏଲ

37

କନକ ବ୍ୟୁରୋ: ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ ପରୀକ୍ଷା ଫଳ । ଆଇଆଇଟି ଏନଆଇଟି କ୍ଷେତ୍ରରେ ନାମ ଲେଖା ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।ତେବେ ଆଜି ପରୀକ୍ଷା ଫଳ ପ୍ରକାଶ ପାଇଛି । ୧୫ଲକ୍ଷ ୫ହଜାର ୧୫୮ଜଣ ପରରୀକ୍ଷାର୍ଥୀ ପରୀକ୍ଷା ଦେଇଥବାବେଳେ ମୋଟ ପାସ କରିଛନ୍ତି ୧୮ହଜାର ୧୮ ପରୀକ୍ଷାର୍ଥୀ । ପଂଚକୁଲାର ପ୍ରଣବ ଗୋଏଲ ୩୩୭ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ଝିଅମାନଙ୍କ ମଧ୍ୟରେ ମୀନଲ ପରଖ ଟପ୍ପର ହୋଇଛନ୍ତି । ସେ  ୬ନମ୍ବର ସ୍ଥାନ ଅଧିକାର କରିଛନ୍ତି । ସେହିପରି ଦିଲ୍ଲୀରେ ଟପ୍ କରିଛନ୍ତି ସିମରପ୍ରୀତ ସିଂହ । ସାରା ଦେଶରେ ସେ ୭୫ ର୍ୟାଙ୍କ ପାଇଛନ୍ତି । ପରୀକ୍ଷାର୍ଥୀମାନେ ଅଫିସିଆଲ ୱେବସାଇଟ  results.jeeadv.ac.in ଏବଂ ରେଜଲ୍ଟସ.ଜେଇଇ ଆଡଭାନ୍ସ.ଏସି.ଇନରେ ଲଗଇନ କରି ନିଜ ରେଜଲ୍ଟ ଜାଣିପାରିବେ ।