ମାଲବିକାଙ୍କୁ ମେଧାବୃତ୍ତି : ଭାରତ ଚିହ୍ନିପାରିଲାନି ଆମେରିକା ଚିହ୍ନିଲା

78

malvikaଶିକ୍ଷା ଆଗରେ ହାର ମାନିଛି ବୟସ । ଏହାକୁ ପ୍ରମାଣିତ କରିଛନ୍ତି ମୁମ୍ବାଇର ୧୭ ବର୍ଷିୟା ଝିଅ ମାଲବିକା ରାଜ ଯୋଶୀ । ମେଧାବୃତ୍ତି ପାଇ ଆମେରିକାର ମଯ୍ୟାଦାସଂର୍ପନ୍ନ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜି (ଏମଆଇଟି)ରେ ଆଡ଼ମିସନ ପାଇଛନ୍ତି ମୁମ୍ବାଇର ଏହି ଝିଅ । ଦଶମ ଓ ଦ୍ୱାଦଶ ଶ୍ରେଣୀର କୌଣସି ସାର୍ଟିଫିକେଟ ନଥିବା ସତ୍ୱେ ମଧ୍ୟ ମାଲବିକାଙ୍କ ପ୍ରତିଭାକୁ ଚିହ୍ନି ପାରିଛି ଆମେରିକା ।

ତିନି ଥର ଅର୍ନ୍ତଜାତୀୟ ଅଲିମ୍ପିୟାଡ଼ରେ ବିଜୟୀ ହୋଇଛନ୍ତି ମାଲବିକା । ଦୁଇଥର ରୌପ୍ୟ ଓ ଥରେ ବ୍ରୋଂଚ୍ ମେଡାଲ ପାଇଥିବା ମାଲବିକାଙ୍କୁ କିନ୍ତୁ ମିଳିନଥିଲା ଆଇଆଇଟିରେ ଆଡ଼ମିସନ । କାରଣ ତାଙ୍କ ପାଖରେ ନଥିଲା ୧୦ମ ଓ ଦ୍ୱାଦଶର ଶ୍ରେଣୀର ଫର୍ମାଲ୍ ସାର୍ଟିଫିକେଟ୍ । ମାତ୍ର ସାର୍ଟିଫିକେଟ ଅପେକ୍ଷା ପ୍ରତିଭାକୁ ଚିହ୍ନିଥିବା ଆମେରିକା ମାଲବିକାଙ୍କୁ ଚୋରାଇ ନେଇଛି ନିଜ ଦେଶକୁ ।

ଭାରତର ପ୍ରତିଭାସଂର୍ପନ ଛାତ୍ରଛାତ୍ରୀଙ୍କୁ ଶିକ୍ଷାବୃତିର ଲୋଭ ଦେଖାଇ ନିଜ ଆଡ଼କୁ ଆକୃଷ୍ଟ କରୁଛି ଆମେରିକା।ମାତ୍ର ଆମ ଦେଶ ପ୍ରତିଭା ଅପେକ୍ଷା ସାର୍ଟିଫିକେଟକୁ ଅଧିକ ଚିହ୍ନୁଛି।