ଫୋନ୍ ଓଦା ହୋଇଗଲେ କଣ କରିବେ ? ଜାଣନ୍ତୁ ଏହି ତଥ୍ୟ

85

ବର୍ଷାଦିନେ ଫୋନ୍ ଓଦା ହେବାର ଆଶଙ୍କା ଅଧିକ । ସେଥିପାଇଁ ଫୋନ୍ ଖରାପ ହୋଇଯିବ ବୋଲି ଭାବନ୍ତୁ ନାହିଁ । ଫୋନ୍ ଓଦା ହେଲେ ମଧ୍ୟ ଏହାକୁ ଠିକ୍ କରାଯାଇପାରିବ । କେମିତି ଜାଣି ରଖନ୍ତୁ ।

୧ – ଫୋନ୍ ଓଦା ହେବା ପରେ ଯଦି ଅନ୍ ଅଛି ତେବେ ଅଫ୍ କରି ଦିଅନ୍ତୁ । ଫୋନକୁ ଅନ୍ କରିବାକୁ ଆଦୈା ଚେଷ୍ଟା କରନ୍ତୁ ନାହିଁ । ଅନ୍ କରିବା ଦ୍ୱାରା ପାଣି ଫୋନର ସର୍କିଟ୍ସକୁ ଖରାପ କରିଦେଇଥାଏ ।

୨ – ଫୋନରେ ହେଡଫୋନ୍ କିମ୍ବା ଚାର୍ଜର ଭଳି ଜିନିଷ ଲାଗିଥିଲେ କାଢି଼ ଦିଅନ୍ତୁ । ଏହାପରେ ଫୋନର ବାହାର ଅଂଶକୁ କଟନରେ ସଫା କରନ୍ତୁ ।

୩ – ଓଦା ହୋଇଗଲେ ଫୋନର ବ୍ୟାକ୍ କଭର ଏବଂ ସିମକାର୍ଡ କାଢି ଦିଅନ୍ତୁ । ଏହାପରେ ଫୋନର ଭିତର ଅଂଶକୁ କପଡାରେ ସାବଧାନତାର ସହ ସଫା କରନ୍ତୁ ।

୪ – ୨୪ ଘଣ୍ଟା ପୂର୍ବରୁ ଫୋନକୁ ଅନ୍ କରି ବ୍ୟବହାର କରନ୍ତୁ ନାହିଁ ।