ବ୍ୟବସାୟ କରିବାକୁ ଚାହୁଁଛନ୍ତି କି? ଯଦି ଆପଣଙ୍କ କଥାରେ ରହିଛି ଦମ୍ ତେବେ ଏଥିପାଇଁ ଟଙ୍କା ଦେବେ ମୁକେଶ ଅମ୍ବାନୀ । ଜାଣନ୍ତୁ ଆବେଦନ କରିବାର ପୂରା ପ୍ରକ୍ରିୟା

127

ଅଧିକାଂଶ ସମୟରେ ଏପରି ବି ହୋଇଥାଏ କି, ଆପଣଙ୍କ ନିକଟରେ ଟଙ୍କା ରୋଜଗାର କରିବା ପାଇଁ ତଥା ବ୍ୟବସାୟ ଆରମ୍ଭ କରିବାକୁ ଅନେକଗୁଡିଏ ଭଲ ଭଲ ଆଇଡିଆ (ଉପାୟ) ରହିଥିବ ହେଲେ ଟଙ୍କା ଅଭାବରୁ ଆପଣ ତାକୁ କାମରେ ଲଗାଇପାରୁନଥିବେ । ଯାହାଦ୍ୱାରା କି ଆପଣଙ୍କୁ ଆପଣଙ୍କର ଏହି ଭଲ ଆଇଡିଆକୁ ମାରିବାକୁ ପଡିଥାଏ । କିନ୍ତୁ ଏବେ ଆପଣଙ୍କୁ ଆଉ ଚିନ୍ତା କରିବାକୁ ପଡିବନାହିଁ । କାରଣ ଦେଶର ସବୁଠାରୁ ଧନୀ ତଥା ଉଦ୍ଦ୍ୟୋଗପତି ତଥା ରିଲାଏନ୍ସ ଜିଓ ମାଲିକ ମୁକେଶ ଅମ୍ବାନୀ ଆପଣଙ୍କୁ ଏଥିପାଇଁ ସହାୟତା କରିବେ । ଖାଲି ଏତିକି ନୁହେଁ ଯଦି ଆପଣଙ୍କ ଏହି ଆଇଡିଆ ଜିଓ ମାଲିକଙ୍କୁ ପସନ୍ଦ ଆସେ, ତେବେ ତା ଉପରେ ବିଚାର କରାଯିବ । ତେବେ ଆସନ୍ତୁ ଜାଣିବା ଏହି ବିଜନେସ୍ ସଂପର୍କରେ ଏବଂ ଏଥିପାଇଁ ଆପଣଙ୍କୁ କଣ ସବୁ କରିବାକୁ ପଡିବ ।

ମୁକେଶ ଅମ୍ବାନୀଙ୍କର କଂପାନୀ ରିଲାଏନ୍ସ JioGenNext ପ୍ଲାଟଫର୍ମ ବିକଶିତ କରିଛନ୍ତି, ଯାହାକି ନୂଆ ଆଇଡିଆ ବାଲା ଷ୍ଟାର୍ଟଅପକୁ ନିଜ ଜିଓ ଇକୋସିଷ୍ଟମ ସହାୟତା ଉପଲବ୍ଧ କରାଉଛି । ଏଠାରେ କଂପାନୀର ଏକ୍ସପର୍ଟସଙ୍କ ପରାମର୍ଶଠାରୁ ଆରମ୍ଭ ଟ୍ରେନିଂ ପର୍ଯ୍ୟନ୍ତ ଉପଲବ୍ଧ କରାଇଥାଏ । ଏଠାରେ ଲୋକେ ନିଜର ବିଜନେସ ସଂପର୍କିତ ଆଇଡିଆ କୌଣସି ବି ସମୟରେ ଦେଇପାରିବେ । ଏଠାରେ ଆମେ କହି ରଖୁଛୁ କି, ରିଲାଏନ୍ସି ଇଣ୍ଡଷ୍ଟ୍ରି ପ୍ରତି ତିନି ମାସରେ ଏକ ନୂଆ ପ୍ରୋଗ୍ରାମ ଆରମ୍ଭ କରିଥାଏ, ଯାହାଦ୍ୱାରା ନୂଆ ନୂଆ ଲୋକଙ୍କୁ ଏଥିରେ ସାମିଲ କରାଯାଇଥାଏ ଏବଂ ତାଙ୍କୁ ତାଲିମ ମଧ୍ୟ ଦିଆଯାଇଥାଏ ।

ଯଦି ଆପଣଙ୍କ ନିକଟରେ ଏସଂପର୍କିତ କୌଣସି ବି ଆଇଡିଆ ରହିଛି ତେବେ ଆପଣଙ୍କୁ ତାକୁ କଂପାନୀ ନିକଟକୁ ପଠାଇବାକୁ ପଡିବ । କଂପାନୀ ଏହାକୁ ନିଜର ଜୁରି ମେମ୍ବର୍ସଙ୍କ ସାମ୍ନାରେ ଉପସ୍ଥାପନା କରିବ । ଆଉ ଯଦି ଆପଣଙ୍କର ଆଇଡିଆ ଏଥିରେ ସିଲେକ୍ଟ ହୋଇଯାଏ ତେବେ କଂପାନୀ ଆପଣଙ୍କୁ ୩ ମାସ ଟ୍ରେନିଂ ଦେବ । ଏହି ଟ୍ରେନିଂରେ ଆପଣଙ୍କୁ ବିଜନେସ ଆରମ୍ଭ କରିବା ଠାରୁ ଆରମ୍ଭ କରି ତାକୁ ସଫଳ କରିବାର ଉପାୟ ମଧ୍ୟ କୁହାଯିବ ।

• ତେବେ କଂପାନୀର ଏହି ଯୋଜନା ସହିତ ସାମିଲ ହେବା ପାଇଁ ଆପଣଙ୍କୁ କଂପାନୀର ୱେବସାଇଟ୍ ତଥା http:// www.jiogennext.com/faq.କୁ ଯାଇ ଆବେଦନ କରିବାକୁ ପଡିବ ।

• ଏଥିରେ ଆପଣଙ୍କୁ କଂପାନୀର କିଛି ପ୍ରଶ୍ନର ଉତ୍ତର ଦେବାକୁ ପଡିବ ।

• ଏହି ଲିଙ୍କରେ ଆପଣଙ୍କୁ ଏକ ଆବେଦନ ପତ୍ର ମଧ୍ୟ ମିଳିବ । ଯାହାକୁ ଆପଣଙ୍କୁ ନିର୍ଭୁଲ ଭାବରେ ଭରିବାକୁ ପଡିବ ।

• ଆବେଦନ ପତ୍ର ପୂରଣ କରିବା ପରେ କଂପାନୀ ଆପଣଙ୍କ ସହ ସଂପର୍କ କରିବ ।

ଏଠାରେ ଆମେ କହି ରଖୁଛୁ କି,କଂପାନୀ ଦ୍ୱାରା ଚୟନ କରାଯାଇଥିବା ଆଇଡିଆକୁ ଦେଶରେ ସବୁଠାରୁ ଭଲ ଷ୍ଟାର୍ଟଅପ ସହ ଜଡିତ ଲୋକଙ୍କ ସହ ସଂପର୍କ କରାଯାଇଥାଏ, ଏବଂ ସବୁ ପ୍ରକାରର ସୁବିଧା ଯୋଗାଇ ଦିଆଯାଇଥାଏ ।