ଲିଫ୍ଟରେ ଯାଉଥିବା ସମୟରେ ତାର ଛିଣ୍ଡି ଯାଉଛି ଓ ଦ୍ରୁତ ଗତିରେ ତଳକୁ ଖସୁଛି, ତେବେ ଭୟଭୀତ ହୁଅନ୍ତୁ ନାହିଁ । ଏହି ଉପାୟରେ ଏଭଳି ସ୍ଥିତିରୁ ବଂଚନ୍ତୁ

312

ଏମିତି ଅନେକ ସମୟରେ ଦେଖାଯାଏ ଯେ ଲିଫ୍ଟ ଭିତରେ ଲୋକ ଥିବେ ଏବଂ ଅଚାନକ ଲିଫ୍ଟ ବନ୍ଦ ହୋଇଯାଏ କିମ୍ବା ଲିଫ୍ଟର ତାର ଛିଣ୍ଡିଯାଏ । ଲିଫ୍ଟର ତାର ଛିଣ୍ଡିଯିବା ଏକ ଭୟଙ୍କର ଘଟଣା । କିନ୍ତୁ ଏହି କେବୁଲ ତାର ଲାଗିଥିବା ଲିଫ୍ଟ ଛିଣ୍ଡିିବା ସହଜ ନୁହେଁ । ଏହା ଷ୍ଟିଲ କେବୁଲ ସହ ଯୋଡି ହୋଇଥାଏ । ଏହା ଇଲେକ୍ଟ୍ରିକ୍ ମୋଟର ଦ୍ୱାରା ଚାଲେ । ଲିଫ୍ଟରେ ଅନେକ କେବୁଲ ଲାଗିଥାଏ । ଯଦି ସମସ୍ତ କେବୁଲ ତାର ଏକା ସାଙ୍ଗରେ ଛିଣ୍ଡିଯାଏ ତେବେ କ’ଣ କରିବେ ?

 

ଲିଫ୍ଟର ତାର ଛିଣ୍ଡିବା ସହଜ ନୁହେଁ । ଏଥିପାଇଁ ମଝିରେ ମଝିରେ ଏହାର ଯାଂଚ କରାଯାଏ । ଏଥିରେ ସୁରକ୍ଷା ଦୃଷ୍ଟିରୁ ଅନେକ ବ୍ରେକ୍ ଲାଗିଥାଏ । ଯଦି ଲିଫ୍ଟ ଦ୍ରୁତ ଗତିରେ ତଳକୁ ଖସୁଥାଏ, ତେବେ ବ୍ରେକିଙ୍ଗ ଗଭର୍ଣ୍ଣର ବ୍ରେକ୍ ଲଗାଇଦିଏ ଓ ଲିଫ୍ଟର କ୍ଲାମ୍ପ ବହାରକୁ ଆସିଯାଏ । ଯଦି ସମସ୍ତ ସୁରକ୍ଷା ଉପକରଣ ଫେଲ୍ ହୋଇଯାଏ, ଲିଫ୍ଟ ସିଧା ତଳକୁ ଚାଲିଯାଏ । ଲିଫ୍ଟ ଭିତରେ ଥିବା ଲୋକଙ୍କୁ ଜଣାପଡିଯାଏ କି ତାହା ଦ୍ରୁତ ଗତିରେ ତଳକୁ ଖସୁଛି । ଏହି ସମୟରେ ସେମାନେ ଭୟଭୀତ ହୋଇଯାଆନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ଟିପ୍ସ ବିଷୟରେ ଜଣାଇବୁ ଯାହା ଆପଣଙ୍କୁ ଏହି ସ୍ଥିତିରୁ ବଚାଂଇପାରିବ ।

• ଏହି ସମୟରେ ଲିଫ୍ଟ ଭିତରେ ଡିଆଁ ମାରନ୍ତୁନି । ଲିଫ୍ଟରେ କୁଦିଲେ ଝଟକା ଲାଗିବା କମ୍ ହୋଇଯାଏ ତାହା ନୁହଁ । ଲିଫ୍ଟ ଯଦି ୧୬୧ କିମି/ଘଂଟାର ବେଗରେ ତଳକୁ ଖସୁଥିବ ତେବେ ଆପଣ ବି ସେହି ବେଗରେ ତଳକୁ ଆସୁଥିବେ ।

• ଯଦି ଆପଣ ଡେଉଁଛନ୍ତି ଓ ଲିଫ୍ଟକୁ ସେହି ସମୟରେ ଝଟକା ଲାଗୁଛି, ତେବେ ଆପଣଙ୍କୁ ଆଘାତ ଲାଗିପାରେ । ଯଦି ଛିଣ୍ଡା ଲିଫ୍ଟରେ ପରଫେକ୍ଟ ଲେଂଡିଙ୍ଗ ଚାହୁଁଛନ୍ତି, ତେବେ ଫ୍ଲୋରରେ ଶୋଇପଡନ୍ତୁ । ଲିଫ୍ଟର ଝଟକା କମିଯିବ ।