ଝିଅଙ୍କୁ ଆକର୍ଷିତ କରିବା ପାଇଁ ଚାହୁଛନ୍ତି କି ? ଆପଣାନ୍ତୁ ‘ବାହୁବଲୀ’ଙ୍କ ଏହି ୪ଟି ଅଭ୍ୟାସ

60

ଯଦି ଆପଣଙ୍କ ସ୍ତ୍ରୀ/ମହିଳାବନ୍ଧୁ ‘ବାହୁବଲୀ’ର ପ୍ରଶଂସକ ଓ ଆପଣବି ତାଙ୍କୁୁ ପ୍ରଭାସ ଓରଫ ବାହବୁଲୀଙ୍କ ପରି ଆକର୍ଷିତ କରିବା ପାଇଁ ଚାହାନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ । ସବୁ ଝିଅଙ୍କ ମନରେ ଥାଏ ତା’ର ସ୍ୱପ୍ନର ରାଜକୁମାର ଜଣେ ଆଦର୍ଶବାନ ବ୍ୟକ୍ତି ହୁଅନ୍ତୁ । ଯାହ ଉପରେ ସେ ଗର୍ବ ଅନୁଭବ କରିପାରିବେ ।

ଆସନ୍ତୁ ଜାଣିବା ସେହି ୪ ଟି ଖାସ ଅଭ୍ୟାସ ବିଷୟରେ, ଯାହାଦ୍ୱାରା ଅମରେନ୍ଦ୍ର ‘ବାହୁବଲୀ’ ଭୂମିକାରେ ଅଭିନୟ କରିଥିବା ପ୍ରଭାସଙ୍କ ପାଇଁ ଏବେ ସବୁ ଝିଅ ପାଗଳ ।

– ଲୋକଙ୍କ ମଧ୍ୟରେ ବହୁତ ସମ୍ମାନିତ ପୁରୁଷଙ୍କୁ ଝିଅମାନେ ପସନ୍ଦ କରନ୍ତି । ଏହାସହ ସେମାନେ ଚାହାନ୍ତି ଲୋକମାନେ ତା’ର ଭଲ ଗୁଣ ପାଇଁ ତାକୁ ପସନ୍ଦ କରନ୍ତୁ ।

– ଖୋଲାଖୋଲି ମନୋଭାବ ଥିବା ସହ ନିର୍ଭିକ ପୁରୁଷଙ୍କୁୁ ଝିଅମାନେ ବହୁତ ପସନ୍ଦ କରନ୍ତି । ଏମିତି ପୁଅ ଯିଏ ସମୟ ଆସିଲେ ବାହୁବଲୀ ପରି ପ୍ରତି ପଦକ୍ଷେପରେ ରକ୍ଷା କରେ, ଏମିତି ପୁରୁଷଙ୍କୁ ପସନ୍ଦ କରନ୍ତି ମହିଳା ।

– ଆଦର୍ଶବାନ ହେବା ସହ ପ୍ରେରଣାଦାୟୀ ପିଲାଙ୍କୁ ପସନ୍ଦ କରନ୍ତି ମହିଳା । ଯେଉଁମାନେ କୌଣସି ସମସ୍ୟା ସମୟରେ ଜଣେ ଭଲ ସାଙ୍ଗ ପରି ଗାଇଡ କରିପାରିବ ।

– କୌଣସି ବି ସମ୍ପର୍କ ଅଧିକ ସମୟ ଚାଲିବା ପାଇଁ ବିଶ୍ୱାସ ରହିବା ଜରୁରୀ । ଏମିତିରେ ମହିଳାଙ୍କ ବିଶ୍ୱାସ ଜିତିବା ପୁରୁଷଙ୍କ ଦାୟିତ୍ତ୍ୱ । ବାହୁବଲୀ ଯେପରି ସବୁ ସୁଖ ଓ ଦୁଃଖରେ ଦେବସେନାଙ୍କ ସାଥେ ସାଥେ ଉପସ୍ଥିତ ରହିଥିଲେ, ସେହି ପରି ପୁରୁଷ ପସନ୍ଦ କରନ୍ତି ମହିଳା ।