ଚାକିରି ଖୋଜୁଛନ୍ତି କି ? ସରକାର ଦେଉଛନ୍ତି ସୁଯୋଗ

56

ଆମ ଦେଶ ଭାରତରେ ବେକାରି ସମସ୍ୟା ଅଧିକ । ଉଚ୍ଚଶିକ୍ଷିତ ହେଲେ ମଧ୍ୟ ପିଲାଙ୍କୁ ମିଳୁନି ଚାକିରି । ଆଉ ଏଥଇପାଇଁ ଚାକରି ଅନ୍ୱେଷଣରେ ପିଲାମାନେ ବାହାର ଦେଶକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି । ଅଧିକ ରୋଜଗାର ରୋଜଗାର କରିବା ପାଇଁ କିଏ ବା ନଚାହେଁ । ତେବେ ଦେଶରେ ନିଯୁକ୍ତି ସୁଯୋଗ ଅଭାବାରୁ ବିଭିନ୍ନ ପିଲମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଉ ଏଥିପାଇଁ ବହୁତ ହଇରାଣ ମଧ୍ୟ ହେଉଛନ୍ତି । ତେବେ ଚାକରି ସୁଯୋଗ ବିଷୟରେ ଅଭଗତ କରାଇବା ପାଇଁ କିଛି ୱେବସାଇଟ୍ ଟଙ୍କା ମଧ୍ୟ ନେଉଛନ୍ତି । ଏହାସତ୍ତେ୍ୱ ମିଳୁନି ଚାକିରି । କିନ୍ତୁ ଏବେ କେନ୍ଦ୍ର ସରକାର ଏପରି ଏକ ପୋର୍ଟାଲ ତିଆରି କରିଛନ୍ତି, ଯେଉଁଠି ଆପଣ ପଞ୍ଜୀକରଣ କରିବା ପରେ ଭଲ ଚାକିରି ମିଳିବାର ସମ୍ଭାବନା ରହିଛି ।

ଏହାର ଏକ ବଡ଼ କାରଣ ହେଲା ଏଠାରେ ଆଶାୟୀ ପ୍ରାର୍ଥୀଙ୍କ ସମେତ କେଉଁଠି ନିଯୁକ୍ତି ସୁଯୋଗ ରହିଛି ବା ଯେଉଁ କମ୍ପାନିରେ ପଦବୀ ଖାଲି ଅଛି ସେମାନେ ମଧ୍ୟ ପଞ୍ଜିକରଣ କରାଉଛନ୍ତି । ଆଉ ଯାହାଦ୍ୱାରା ଅପାଣ ନିଜ ପସନ୍ଦର ଚାରକରି ଖୋଜିବାରେ ସାହାଯ୍ୟ ହେବ । ଏହି ପୋର୍ଟାଲର ନାମ ହେଲା ନ୍ୟାସନାଲ କ୍ୟାରିୟର ସର୍ଭିସ(ଏନଏସସି) । ଆସନ୍ତୁ ଜାଣିବା ଏହି ପୋର୍ଟାଲ ସହିତ ଆପଣ କିପରି ଯୋଡ଼ିହେବେ ? ଆଉ ଏଥିରେ ପଞ୍ଜୀକରଣ କରାବାର ଲାଭ କ’ଣ । ମିନିଷ୍ଟ୍ରି ଅଫ ଲେବର ଆଣ୍ଡ ଏମେଂଟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ନ୍ୟାସନାଲ ପୋର୍ଟାଲ ଏକ ଏପରି ପୃଷ୍ଠଭୁମି, ଯେଉଁଠି ଚାକରି ଖୋଜୁଥବା ପ୍ରାର୍ଥୀଙ୍କୁ ଚୋକରି ଦେଉଥିବା ସଂସ୍ଥା ଉଭୟ ପଞ୍ଜୀକୃତ ଥାଆନ୍ତି । ଏହି ପୋର୍ଟାଲରେ ସରକାରୀ ଓ ବେସରକାରୀ ଉଭୟ ପ୍ରକାର ଚାକରି ପାଇଁ ପଞ୍ଜୀକରଣ କରାଯାଉଛି । ଏହି ପୋର୍ଟାଲରେ ଯେ କହି ନିଜ ନାମ ପଞ୍ଜୀକରଣ କରାଇପାରିବ ।

ତେବେ ଏଥିପାଇଁ ବୟସସୀମା ୧୪ରୁ ଅଧିକ ହେବା ଜରୁରୀ । ପଞ୍ଜୀକରଣ କରୁଥିବା ବ୍ୟକ୍ତି ସ୍ୱାକ୍ଷର ହେବା ଜରୁରୀ । ତେବେ ଯେଉଁମାନେ ପାଠ ପଢ଼ି ନାହାନ୍ତି ସେମାନେ ବି ପଞ୍ଜୀକରଣ କରାଇ ପାରିବେ । ଏହି ପୋର୍ଟାଲରେ ପଞ୍ଜୀକରଣ କରାଇବା ପରେ ଆପଣଙ୍କ ପାଖରେ ୟୁନିକ ଆଇଡ଼ି ହେବା ଜରୁରୀ । ଏଥିରେ ଆଧାର, ପାନ, ଡ୍ରାଇଭିଙ୍ଗ୍ ଲାଇସେନ୍ସ, ଭୋଟର କାର୍ଡ ଆଦି ସାମିଲ ରହିଛି । ଏଥିିରୁ କୌଣସି ବି ପ୍ରମାଣପତ୍ର ଜରିଆରେ ଆପଣ ପଞ୍ଜୀକରଣ କରାଇପାରିବେ ।