ଚାକିରୀ ପାଇଁ ନୋ ଟେନସନ୍ ! ଯଦି ଆପଣଙ୍କ ପାଖରେ ଅଛି ଏହି କ୍ୱାଲିଟିି ।

34
ଯେକୌଣସି କମ୍ପାନୀରେ ଆପଣ ଯେତେବେଳେ ଇଣ୍ଟରଭିୟୁ ଦେବା ପାଇଁ ଯାଉଛନ୍ତି, ତେବେ ଆପଣ ଭାବି ନିଅନ୍ତୁ ଯେ, ଯେଉଁ କମ୍ପାନୀ ଆପଣଙ୍କୁ ଚାକିରୀ ଦେବ, ସେ ଆପଣଙ୍କ ଭିତରେ କିଛି ଖାସ କଥା ଦେଖିକି ହିଁ ଚାକିରୀ ଦେବାର ନିଷ୍ପତ୍ତି ନେବ । ଯଦି ଆପଣ ଚାହୁଁଛନ୍ତି ଯେ, ଆପଣଙ୍କ ପାଖରେ କେବେ ବି ଚାକିରୀର ଅଭାବ ନରହୁ ତେବେ ଆପଣଙ୍କ ମଧ୍ୟରେ ଏହି ୫ଟି କ୍ୱାଲିଟି ରହିଥିବା ଦରକାର ।
ଲିଡରସିପ୍ କ୍ୱାଲିଟି :
କୌଣସି କମ୍ପାନୀରେ ହୁଏତ ଆପଣ ଏକ ଛୋଟ ପୋଜିସନରେ ଚାକିରୀ ପାଇପାରନ୍ତି, କିନ୍ତୁ ଆପଣଙ୍କ ଭିତରେ ଏକ ଲିଡରସିପ କ୍ୱାଲିଟି ଥିବା ନିହାତି ଆବଶ୍ୟକ । ଯେକୌଣସି କାମକୁ କେମିତି ମ୍ୟାନେଜ କରାଯିବ ଏବଂ ଏକ ସୀମିତ ସମୟରେ କେମିତି ଏକ ଭଲ ରେଜଲ୍ଟ ଦେଇ ହେବ, ତାହା ଆପଣଙ୍କୁ ଭଲ ଭାବେ ଜଣାଥିବା ଆବଶ୍ୟକ ।
ସୋସିଆଲ ମିଡିଆର ଅଭିଜ୍ଞତା :
ମାର୍କେଟିଙ୍ଗର ଅଧିକାଂଶ କାମ ସୋସିଆଲ ମିଡିଆରେ ହିଁ ହୋଇଥାଏ । କମ୍ପାନୀ ଚାହିଁଥାଏ ଯେ, ଆପଣ ସୋସିଆଲ ନେଟୱାର୍କିଂ ୱେବସାଇଟରେ ଆକ୍ଟିଭ ରୁହନ୍ତୁ । ସେଠାରେ ଆପଣଙ୍କ ବ୍ୟବହାର ଏପରି ହେବା ଦରକାର, ଯେପରି ଆପଣ ଖୁବ ଶୀଘ୍ର ସମସ୍ତଙ୍କ ସହ ମିଶିପାରିବେ । ଅଧିକ ରୁ ଅଧିକ ଲୋକମାନଙ୍କ ସହ ମିଶି ନିଜ ଆଇଡିଆ ସେମାନଙ୍କ ଆଗରେ ରଖିବା ଉଚିତ ।
କାମ ପାଇଁ ସବୁବେଳେ ଗମ୍ଭୀର ରୁହନ୍ତୁ :
ଆପଣ ଯେତେବି ହସମଜା କରୁନ୍ତୁ ନା କାହିଁକି, କିନ୍ତୁ ନିଜ କାମ ପାଇଁ ସର୍ବଦା ସିରିୟସ ରୁହନ୍ତୁ । ଆପଣଙ୍କ କହିବା ଶୈଳୀ, ଡ୍ରେସିଙ୍ଗ, ବ୍ୟବହାର ଏସବୁ କାମ ପ୍ରତି ଅନେକ ପ୍ରଭାବ ପକାଇପାରେ । ଏଥିପାଇଁ ଆପଣ ଯେତେବେଳେ କ୍ଲାଇଣ୍ଟଙ୍କ ସହ ଡିଲ କରୁଛନ୍ତି, ତେବେ ତାଙ୍କ ସହ ଭଲ ବ୍ୟବହାର କରନ୍ତୁ ।
ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ରୁହନ୍ତୁ :
ହୁଏତ କମ୍ପାନୀ ଆପଣଙ୍କୁ କୌଣସି ଗୋଟିଏ କାମ ପାଇଁ ରଖିଥାଇ ପାରେ କିନ୍ତୁ ଆବଶ୍ୟକ ପଡିଲେ, ଆପଣଙ୍କୁ ଅନ୍ୟ କେଉଁ କାମ ମଧ୍ୟ କରିବାକୁ ପଡିପାରେ । କମ୍ପାନୀ ସେହିଭଳି ମବଦ୍ଭୟସୟବଗ୍ଧର ଚାହିଁଥାଏ, ଯିଏ ଆବଶ୍ୟକ ପଡିଲେ, ସମସ୍ତ କାମ ପାଇଁ ପ୍ରସ୍ତୁତ ରହିଥିବ । କୌଣସି ଚ୍ୟାଲେଞ୍ଜ ପାଇଁ ଆପଣ ମାନସିକ ସ୍ତରରେ ପ୍ରସ୍ତୁତ ଥିବା ଆବଶ୍ୟକ । ଏହା ସହ ସବୂୁ ପ୍ରକାର ଅସୁବିଧାରୁ ବାହାରିବାର କ୍ୱାଲିଟି ମଧ୍ୟ ଆପଣଙ୍କ ଥିବା ଆବଶ୍ୟକ ।
କ୍ରିଏଟିଭ ନେଚର :
ଜଣେ କର୍ମଚାରୀ ପାଇଁ ସବୁଠାରୁ ବଡ କଥା ହେଲା, କ୍ରିଏଟିଭ ନେଚର ରଖିବା । କାହିଁକି ନା ଏହା ଦ୍ୱାରା କୌଣସି ବି କ୍ଷେତ୍ରରେ, ଲୋକମାନଙ୍କର ଧ୍ୟାନ ଆକର୍ଷିତ କରାଯାଇପାରିବ ।