ଫୋନରେ ଭାଇରସ୍ ଥିବା ନାଁରେ ଲୋକଙ୍କୁ ଠକୁଛି କମ୍ପାନୀ ! ଆପଣ ମଧ୍ୟ ଏହି ନମ୍ବରରେ କଲ୍ କରିନାହାନ୍ତି ତ ?

142

ଯଦି ଆପଣଙ୍କ ସ୍ମାର୍ଟଫୋନରେ ଲଗାତାର ଏଭଳି ମେସେଜ୍ ଆସୁଛି ଯେଉଁଥିରେ କୁହାଯାଉଛି ଯେ ଆପଣଙ୍କ ଫୋନକୁ ଭାଇରସ୍ ଆଟାକ୍ କରିଛି । ତେବେ ଏହାକୁ ସାଧାରଣ ଭାବି ଗ୍ରହଣ କରନ୍ତୁ ନାହିଁ । ହୋଇପାରେ ଏହା କୌଣସି ଠକେଇର ପ୍ରଥମ ସ୍ତର । ଅବାନ୍ତର ପରି ଲାଗୁଥିଲେ ବି କଥାଟି ସତ ଗୋଟିଏ ଇଣ୍ଡଷ୍ଟ୍ରି ତରଫରୁ ଏଭଳି ଠକେଇର ଆରମ୍ଭ କରାଯାଇଛି ।

ସର୍ଭେରୁ ଜଣାପଡିଛି ଯେ ଭାରତର ୫୦ ପ୍ରତଶତ ଲୋକ ଏହି ଠକେଇର ଜାଲରେ ଫସିଯାଇଛନ୍ତି । ପ୍ରତିଥର ଭଳି ଏହା ଏକ ଲିଙ୍କ୍ କନେକ୍ସନ୍ ନମ୍ବର ହୋଇଥାଏ, ଯାହା ଏକ ଟୋଲ-ଫ୍ରି ନମ୍ବର । ଲୋକଙ୍କୁ ଯେଭଳି ମାଗଣା ଜିନିଷ ଭଲଲାଗେ ଠିକ୍ ସେଭଳି ଏହି ଲିଙ୍କରେ ଆକର୍ଷିତ ହୋଇ ଲୋକମାନେ ଏହି ନମ୍ବରକୁ ଡାଏଲ୍ କରିଦିଅନ୍ତି । ଏଭଳି ନମ୍ବର ଫୋନ୍ ସମେତ୍ କମ୍ପ୍ୟୁଟର ସ୍କ୍ରିନ୍ ରେ ବି ଆସିଥାଏ କିନ୍ତୁ ଏହି ଟୋଲ୍ ଫ୍ରି ନମ୍ବରକୁ ପୁନର୍ବାର କଲ୍ କରିବା ବୁଦ୍ଧିମାନର ପରିଚୟ ନୁହେଁ । ଏହି ଖବର ମାଇକ୍ରୋସଫ୍ଟର ଏକ କଞ୍ଜ୍ୟୁମର୍ ସର୍ଭେରୁ ସାମ୍ନାକୁ ଆସିଛି । ଏହି ତାଲିକାରେ ପ୍ରଥମେ ଭାରତ ଥିବା ବେଳେ ଦ୍ୱିତୀୟ ଆମେରିକା ଏବଂ ତୃତୀୟରେ ଚୀନ୍ ରହିଛି ।