ଡାକ୍ତରଙ୍କ ଅସାବଧାନତା ହେତୁ ଆପଣଙ୍କ ଶରୀରକୁ ଏଚଆଇଭି ସଂକ୍ରମିତ ରକ୍ତ ଚାଲିଯାଇଛି କି ? ତୁରନ୍ତ ନିଅନ୍ତୁ ଏଭଳି ପଦକ୍ଷେପ, ବଂଚିଯିବ ଜୀବନ

195

ନିକଟରେ ଏକ ଘଟଣା ଘଟିଛି । ୩ ଡିସେମ୍ବର ୨୦୧୮ରେ ତାମିଲନାଡୁର ଏକ ଗାଁରେ ଜଣେ ଗର୍ଭବତୀ ମହିଳାଙ୍କୁ ଏଚଆଇଭି ସଂକ୍ରମିତ ରକ୍ତ ଦିଆଯାଇଥିଲା । ରକ୍ତ ଦେଇଥିବା ପୁଅ ୧୯ ବର୍ଷୀୟ ଥିଲା ଓ ସେ ରକ୍ତ ଦେବାର କିଛି ଦିନ ପରେ ଜଣାପଡିଥିଲା କି, ତାଙ୍କ ରକ୍ତରେ ଏଚଆଇଭି ପଜିଟିଭ ଥିଲା । ଅସାବଧାନତା ଯୋଗୁଁ ଏମିତି ଅଘଟଣ ଘଟି ଯାଇଥିଲ । । ଗର୍ଭବତୀ ମହିଳାଙ୍କୁ ଏବେ ଏଆରଭି ଟ୍ରିଟମେଣ୍ଟ ଦିଆଯାଉଛି । ପ୍ରଥମେ ଆପଣ ଜାଣି ନିଅନ୍ତୁ, ଯଦି ଆପଣଙ୍କ ସହିତ ଏମିତି ହୁଏ , ତେବେ କିଭଳି ଏହାର ଚିକିତ୍ସା କରିବେ ।

ଋକ୍ତଦାନ କରୁଥିବା ଲୋକକୁ ଡୋନର କୁହାଯାଏ । ଡୋନରଙ୍କ ଶରୀରରୁ ରକ୍ତ ବାହାର କରିବା ପୂର୍ବରୁ ଅଳ୍ପ ରକ୍ତ କାଢ଼ି ତାକୁ ୫ଟି ରୋଗ ପାଇଁ ବିଶେଷ ଭାବେ ଚେକ୍ କରାଯାଏ । ଏହି ୫ଟି ରୋଗ : ଏଚଆଇଭି, ହେପାଟାଇଟିସ୍ ବି, ହେପାଟାଇଟିସ୍ ସି, ସିଫିଲିସ୍ ଓ ମ୍ୟାଲେରିଆ । ଯେତେବେଳେ ଡୋନର ଏହି ସମସ୍ତ ରୋଗ ଠାରୁ ମୁକ୍ତ ହୋଇଥାଏ, ତେବେ ହିଁ ତାଙ୍କ ଠାରୁ ରକ୍ତ ନିଆଯାଏ । ସାରା ଦେଶରେ ନ୍ୟାସନାଲ ଏଡସ କଣ୍ଟ୍ରୋଲ ଅର୍ଗାନାଇଜେସନ୍(NACO) ଦ୍ୱାରା ଦିଆଯାଇଥିବା ରକ୍ତ ପରୀକ୍ଷା ଉପକରଣ ପ୍ରୟୋଗ କରାଯାଏ । ଏହା ପରେ ହିଁ କାହାର ଶରୀରକୁ ଏହି ରକ୍ତ ଦିଆଯାଏ । NACO ରକ୍ତ ବାହାର କରିବା ପରେ ତାହାର ଗୁଣ ଯାଂଚ କରେ । ଏଥିପାଇଁ ତାମିଲନାଡୁରେ ସିଏମସି ଭେଲୁର ହସପିଟାଲରେ ତାହାର ଟାଇପ୍-ଅପ୍ ଅଛି । ଏହା ବ୍ୟତୀତ ସରକାର ଦ୍ୱାରା ତାମିଲନାଡୁରେ ହିଁ ୮୯ ପ୍ରାଇଭେଟ୍ ବ୍ଲଡ ବ୍ୟାଙ୍କ ଅଛି, ଯେଉଁଠି ପ୍ରତିବର୍ଷ ୮ଲକ୍ଷରୁ ଅଧିକ ଲୋକ ରକ୍ତଦାନ କରନ୍ତି ।

ARV ଟ୍ରିଟମେଣ୍ଟ କ’ଣ ଏବେ ସେହି ଗର୍ଭବତୀ ମହିଳାଙ୍କୁ ଦିଆଯାଉଛି ? : ଏହି ଚିକିତ୍ସା ବହୁତ ଗୁଡାଏ ଔଷଧର କମ୍ବିନେସନ । ଯଦି ପ୍ରାରମ୍ଭିକ ଅବସ୍ଥାରେ ଜଣାପଡିଯାଏ କି, କାହାର ରକ୍ତ HIV+ , ତେବେ ତାଙ୍କୁ ଏହି ଔଷଧ ଦିଆଯାଇଥାଏ । ଏହି ଔଷଧ ନା ଏଚଆଇଭି ଭାଇରସକୁ ମାରିପାରେ ନା ଶରୀରରୁ ବାହାର କରିପାରେ । କିନ୍ତୁ ଏହା ଭାଇରସର ବୃଦ୍ଧିକୁ ରୋକିଦିଏ । ଯଦ୍ୱାରା ରୋଗୀ ଏକ ଭଲ ଓ ସୁସ୍ଥ ଜୀବନ ବିତାଇପାରିବେ ।