ସାବଧାନ ହୋଇଯାଆନ୍ତୁ ! ଏକ ହ୍ୱାଟସଆପ ମେସେଜରେ କ୍ଲିକ୍ କଲେ ସମ୍ପୂର୍ଣ୍ଣ ଖାଲି ହୋଇଯିବ ବ୍ୟାଙ୍କ ଖାତା

86

ହ୍ୱାଟସଆପରେ ଆସୁଥିବା ଏକ ମେସେଜକୁ ନେଇ ବର୍ତ୍ତମାନ ସମୟରେ ଚାରିଆଡ଼େ ଆଲର୍ଟ ଜାରି ହୋଇଛି । ଯଦି ଆପଣଙ୍କ ପାଖକୁ ଏହି ମେସେଜ ଆସିଛି ସାବଧାନ ହୋଇଯାଆନ୍ତୁ । ଭୁଲରେ ବି ଯଦି ଏହି ମେସଜ ଉପରେ କ୍ଲିକ କରିଦିଅନ୍ତି, ତେବେ ଆପଣଙ୍କ ବ୍ୟାଙ୍କ ଆକାଉଂଟ ଖାଲି ହୋଇପାରେ । ଆସନ୍ତୁ ଜାଣିବା ହ୍ୱାଟସଆପକୁ ଆସୁଥିବା ଏହି ମେସେଜ ବିଷୟରେ . . .

ହ୍ୟାକର୍ସ ଆପଣଙ୍କ ବ୍ୟାଙ୍କ ଆକାଉଂଟରୁ ଟଙ୍କା ଚୋରାଇବା ପାଇଁ ହ୍ୱାଟସଆପରେ ଭ୍ରମାତ୍ମକ ମେସେଜ ଭାଇରାଲ କରୁଛନ୍ତି । ଏହି ମେସଜକୁ ନେଇ ସାରା ବିଶ୍ୱରେ ଚେତାବନୀ ଜାରି ହୋଇଛି । ଆମେରିକା ଓ ବ୍ରିିଟେନ ସହିତ ଅନେକ ଦେଶରେ ହ୍ୱାଟସଆପ୍ ସବସ୍କ୍ରିପସନ ଶୁଳ୍କ ମାଗୁଥିବା ମେସେଜ ଭାଇରାଲ ହେଉଛି । ଏହି ମେସେଜକୁ ନେଇ ଚେତାବନୀ ଜାରି ହୋଇଛି । ସାଇବର ବିଶେଷଜ୍ଞଙ୍କ ଦାବି କରିଛନ୍ତି ଏହି ଭ୍ରମାତ୍ମକକୁ ବ୍ୟାଙ୍କ ଖାତାରେ ଯୋଡ଼ି ହୋଇଥିବା ସମସ୍ତ ସୂଚନା ଓ ତା’ ସାହାଯ୍ୟରେ ଟଙ୍କା ଚୋରାଇବା ପାଇଁ ଭାଇରାଲ କରାଯାଇଛି ।

ହ୍ୟାକର୍ସ ଅନେକ ଦେଶରେ ହ୍ୱାଟସଆପ୍ ପାଇଁ ସବସ୍କ୍ରିପସନ୍ ଶୁଳ୍କ ମାଗି ମେସେଜ ପଠାଉଛନ୍ତି । ଏଥିରେ ୟୁଜରଙ୍କୁ ସବସ୍କ୍ରିପସନ ପାଇବା ପାଇଁ ଶୁଳ୍କ ମଗାଯାଉଛି । ଶୁକ୍ଳ ଦେବା ପାଇଁ କିଛି ଷ୍ଟେପସ ମଧ୍ୟ ଦିଆଯାଇଛି । ଯେପରି ୟୁଜର ଉକ୍ତ ମେସେଜ ଉପରେ କ୍ଲିକ କରୁଛନ୍ତି, ହ୍ୟାକର୍ସ ତାଙ୍କ ବ୍ୟାଙ୍କ୍ ଆକାଉଂଟରୁ ଡିଟେଲ ଚୋରାଇ ନେଉଛନ୍ତି । ତେଣୁ ଏହି ମେସେଜ ଉପରେ କ୍ଲିକ୍ ନକରିବା ପାଇଁ ପରାମର୍ଶ ଦିଆଯାଉଛି । ଏପରି ମେସେଜରେ ଦେଖିଲେ ତୁରନ୍ତ ଡିଲିଟ୍ କରିଦିଅନ୍ତୁ ।

ଜାଣନ୍ତୁ ନିଜକୁ କିପରି ରଖିବେ ସୁରକ୍ଷିତ ?
ନିଜ ଫୋନରେ ସିକ୍ୟରିଟି ସପ୍ଟଓୟାର ଡାଉନଲୋଡ଼୍ କରି ନିଅନ୍ତୁ । ତେବେ ଧ୍ୟାନ ସହକାରେ ଏହାକୁ ନିୟମିତ ବ୍ୟବଧାନରେ ଅପଡ଼େଟ୍ କରନ୍ତୁ । କେବେ ବି କୌଣସି ସନ୍ଧିଗ୍ଧ ତଥା ଅଜଣା ମେସଜ୍ ଉପରେ କ୍ଲିକ୍ କରନ୍ତୁ ନାହିଁ । ଆପଣଙ୍କ ଚିିହ୍ନାଜଣା ବ୍ୟକ୍ତି ବି ଏପରି ମେସେଜ ପଠାଇଲେ ମଧ୍ୟ ଏଥଇରୁ ଦୂରେଇ ରୁହନ୍ତୁ । ହ୍ୱାଟସଆପ ବ୍ୟବହାର କରବା ସମୟରେ ତା’ର ସମସ୍ତ ଗାଇଡ଼ଲାଇନକୁ ଅନୁସରଣ କରନ୍ତୁ ।